ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନଙ୍କ ପ୍ରୟାସରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ                                                          

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସାଧନ କେନ୍ଦ୍ର -ସେମଳା ରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନଙ୍କ ପ୍ରୟାସ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ପ୍ରଧାନ ଶିକ୍ଷକ ର ଦାୟିତ୍ଵ ଓ କର୍ତ୍ତବ୍ୟ,ପ୍ରଧାନ ଶିକ୍ଷକଙ୍କ ନୂତନତ୍ୱ ପାଇଁ ଅଭିମୁଖୀକରଣ କାର୍ଯ୍ୟକ୍ରମ (Hm orientation programme),ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ, (F L N) ବାବଦରେ ଆଲୋଚନା ହୋଇଥିଲା। ପ୍ରଧାନ ଶିକ୍ଷକ ଖଗପତି ଦିଶାରୀ ପିଲାମାନଙ୍କୁ କହିବା ଅଭ୍ୟାସ କୁ ଦୃଢ଼ୀଭୂତ କରିବା ପାଇଁ ଶିକ୍ଷକ ପିଲାମାନଙ୍କୁ ଶିକ୍ଷା ଦାନର ସମୀକ୍ଷା ପାଇଁ ପିଲାମାନଙ୍କୁ ପଚାରିଵା ନିଶ୍ଚିତ କରିବା ଉଚିତ। ପୋଷଣ କାର୍ଯ୍ୟକ୍ରମରେ ୧୫ଦିନର ଚାଉଳ,୧୫ଦିନର ଅର୍ଥ ରାଶି ପ୍ରଦାନ, ଗୁଣାତ୍ମକ ଶିକ୍ଷା ପ୍ରଦାନ, ପୋଷାକ  ବଣ୍ଟନ, ମଧ୍ୟାହ୍ନ ଭୋଜନ, ପ୍ରତି ଶ୍ରେଣୀରେ ପିଲାମାନଙ୍କୁ ଶିକ୍ଷା ଦାନ ରେ ଟାଇମ ଟେବୁଲ୍ ନିଶ୍ଚିତ, ପ୍ରଧାନ ଶିକ୍ଷକ ର ଶ୍ରେଣୀରେ ପରିଦର୍ଶନ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ଏବର୍ଷର ୟୁ ଦିଶାରୀ ଗୁଡା ପ୍ରାଥମିକ ବିଦ୍ୟାଳୟ ର ୪ ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟ ପାଇଁ ଚୟନ ହୋଇଛନ୍ତି, ପଛୁଆ ଅଚଳର ୧ଜଣ  ଆଦିବାସୀ  ଛାତ୍ରୀ ନଵୋଦୟ ପରୀକ୍ଷା ରେ ମନୋନୀତ ହୋଇଛନ୍ତି। ସରକାରୀ ବିଦ୍ୟାଳୟରେ ପିଲାର ସଫଳତା ପାଇଁ ପ୍ରଧାନ ଶିକ୍ଷକ ରଞ୍ଜନ ଖୁରା,ସହକାରୀ ଶିକ୍ଷକ ସନ୍ଦୀପ ଜେନା ସାରଙ୍କ ଚେଷ୍ଟା , ଛାତ୍ରୀ ନନ୍ଦିନୀ ନାୟକ ର ଶିକ୍ଷା ପ୍ରତି ଆଗ୍ରହ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସହଯୋଗ ରେ ପିଲାର କୃତିତ୍ୱ ଆସି ପାରିଛି। ସମସ୍ତ ପ୍ରଧାନ ଶିକ୍ଷକଙ୍କ ଭିତରେ ପ୍ରେରଣା ଜାଗି  ଉଠିଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନ୍ୟବାଦ ଅର୍ପଣ ସହ ବୈଠକ କୁ ସମାପ୍ତ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More