ବାଲେଶ୍ଵର(ସଂଘର୍ଷ ମିଡିଆ ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଓଡ଼ିଶାର କୃଷିଭିତିକ ଗଣ ପର୍ବ, ଓଡ଼ିଶାର କୃଷକମାନଙ୍କର ଏକ ମହାନ ଏବଂ ପବିତ୍ର ପର୍ବ, ପବିତ୍ର ଅକ୍ଷୟ ତୃତୀୟାଦିନ ଓଡ଼ିଶାର କୃଷକମାନେ ଭୂମିପୂଜନ କରି ଧାନ ବୁଣିବା ଆରମ୍ଭ କରିଥାନ୍ତି । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, ଓଡ଼ିଶାର ଅଧିକାଂଶ ଲୋକ ଚାଷ କାମ କରି ନିଜର ଜୀବିକା ନିର୍ବାହ କରନ୍ତି, ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ଭାଇମାନେ ମାଟି ମାଆକୁ ପୂଜାର୍ଚ୍ଚନା କରିବା ପରେ ଜମିରେ ଧାନ ବୁଣି ଚାଷ କାମ ଆରମ୍ଭ କରିଥାନ୍ତି, ମାଟି ମାଆ କୁ ପୂଜାକରି ଚାଷ କାମଆରମ୍ଭ କଲେ ଭଲ ଫସଲ ଅମଳ ହୁଏ ବୋଲି ଓଡ଼ିଶାର ଚାଷୀଭାଇମାନେ ବିଶ୍ୱାସ କରିଥାନ୍ତି, ଏମିତି ବିଶ୍ଵାସ ରଖି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ଶ୍ରୀ ଜଗନ୍ନାଥ ଆଞ୍ଚଳିକ ମହାସଂଘ ପବିତ୍ର ଅକ୍ଷୟ ତୃତୀୟାରେ ଭୂମି ପୂଜାକରି ଧାନ ବୁଣିଚାଷକାମ ଆରମ୍ଭ କରିଛି, ଏହି କାର୍ଯ୍ୟରେ L S P ରତ୍ନାକର ଜେନା, କୃଷିମିତ୍ର ସରୋଜିନୀ ପରିଡା,ସାବିତ୍ରୀ ମଲିକ, ଲାଷ୍ମୀପ୍ରିୟା ସାହୁ, M B K ପଙ୍କଜିନି ଦାସ, ସ୍ଥାନୀୟ ସରପଞ୍ଚପ୍ରାଥିନି ବନିତା ପ୍ରଧାନ ଉପସ୍ଥିତଥିଲେ । ବାଲେଶ୍ୱର ଖାଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।