ଆଞ୍ଚଳିକ ପରିବହନ ବିଭାଗ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ

36

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଞ୍ଚଳିକ ପରିବହନ ବିଭାଗ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ, ଜୋରିମାନା ସହ ଗାଡି ଜବତ ମୋଟର ଯାନ ସଂଶୋଧିତ ଆଇନ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କ ଉପରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢଉ ଅଭିଯାନ ଜାରି ରହିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ଡା. କନଓର ବିଶାଲ ସିଂଙ୍କ ତତ୍ଵ।ବଧ।ନରେ ଆରଟିଓ (ଆଞ୍ଚଳିକ ପରିବହନ ଅଧିକାରୀ ) ରବୀନ ପଟ୍ଟନାୟକ ନିୟମ ଉଲଙ୍ଘନକାରୀ ଉପରେ ଚଢଉ କରୁଛନ୍ତି । ଗତ ଗୁରୁବାର (୨୬-୧୦-୨୦୨୩ ) ରାତିରେ ଆରଟିଓ ଶ୍ରୀ ପଟ୍ଟନାୟକ ସମେତ ଏମଭିଆଇ ରାଜେଶ କୁମାର ମହାପାତ୍ର, ଆସିଷ୍ଟାଣ୍ଟ ଏମଭିଆଇ ଅମିତ କୁମାର ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁଶାନ୍ତ କୁମାର ପାତ୍ର ଏହି ସମୟରେ ଜୋରିମାନା ବାବଦକୁ ସମୁଦାୟ ୫୩ ଯାନ ଚଳଙ୍କ ଙ୍କ ଗାଡି ନମ୍ବର ରେ ଚାଲାଣ କଟିଥିଲା ସମୁଦାଯ ୪,୦୬,୭୩୦ ଜୋରିମାନା ହୋଇଥିବା ବେଳେ ନଗଦ ୪୬,୭୩୦ ଆଦାୟ ହୋଇଛି । ଏହି ଧରପକଡରେ ୫ ଗୋଟି ବ୍ଯାଟାରି ଚଳିତ ଅଟୋ ଗାଡି ଆରଟିଓ ଅଫିସରେ ଅଟକ ରଖାଯାଇଅଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More