ପୁରୀ(ସଂଘର୍ଷ ମିଡିଆ) : – ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ, ୪୮୬ ଚାଳକଙ୍କୁ ୩୪,୩୨,୭୭୧ ଟଙ୍କା ଜୋରିମାନା ଆଦାଯ ହୋଇଛି । ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ଶୂନ୍ୟ ସପ୍ତାହ-୨୦୨୩ ଅବସରରେ ଆଇନ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କ ଉପରେ ଚଢଉ ଅଭିଯାନ ଜାରି ରହିଛି । ପରିବହନ ସଚିବ ଶ୍ରୀମତୀ ଉଷା ପାଢୀ , ପରିବହନ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲାପାଳ ଓ ଏସପିଙ୍କ ତତ୍ୱାବଧାନରେ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ନିୟମ ଉଲଙ୍ଘନକାରୀ ଉପରେ ଚଢଉ କରିଛନ୍ତି । ଗତ 01-12-2023 ରୁ 04-12-2023 ରିଖ ପର୍ଯ୍ୟନ୍ତ ଆରଟିଓ ଶ୍ରୀ ରବୀନ ପଟ୍ଟନାୟକ ସମେତ ଏମଭିଆଇ ରାଜେଶ କୁମାର ମହାପାତ୍ର, ଆସିଷ୍ଟାଣ୍ଟ ଏମଭିଆଇ ଅମିତ କୁମାର ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁଶାନ୍ତ କୁମାର ପାତ୍ର ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ଜୋରିମାନା ବାବଦକୁ ସମୁଦାୟ ୪୮୬ ଯାନ ଚାଳକଙ୍କ ଗାଡି ନମ୍ବରରେ ଚାଲାଣ କ।ଟିଥିଲେ ଏବଂ ସମୁଦାୟ ୩୪ଲକ୍ଷ ୩୨ହଜାର ୭୭୧ ଜୋରିମାନା ହୋଇଥିବା ବେଳେ ନଗଦ ୨ଲକ୍ଷ ୨ ହଜାର ୩୭୧ ଆଦାୟ ହୋଇଛି ବୋଲି ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହ୍ନରେ ସୂଚନା ମିଳିଛି l