କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅଡ଼ଶପୁର ଉଦୟନାଥ କଲେଜ ପ୍ରାଙ୍ଗଣରେ ଆଞ୍ଚଳିକ ପରିବହନ ବିଭାଗ କଟକ ଆନୁକୂଲ୍ୟରେ ରକ୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୈନିକ ହଜାର ହଜାର ଲୋକ ଦୁର୍ଘଟଣା ରେ ପ୍ରାଣ ହରାଉଛନ୍ତି।କିଭଳି ସାଧାରଣ ଲୋକ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସହଯୋଗ ହାତ ବଢ଼ାଇ ପାରିବେ ଏବଂ ପ୍ରାଥମିକ ଚିକିତ୍ସା ଯୋଗାଇ ହେବ ଡେମୋ ସହାର୍ଯ୍ୟରେ ଉପସ୍ଥିତ ଲୋକଙ୍କୁ ଓ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଯାଇଥିଲା।ସାହାର୍ଯ୍ୟ କରୁଥିବା ଲୋକଙ୍କୁ କିଭଳି ମେଡିକାଲ ଓ ଥାନା ରେ ହଇରାଣ ହେବାକୁ ପଡିବନି ସେ ବିଷୟରେ ଲୋକଙ୍କ ମନରୁ ସନ୍ଦେହ ଦୂର କରାଯାଇଥିଲା।ଗୋବିନ୍ଦପୁର ଥାନା ଅଧିକାରୀ ଅନାମ ଚରଣ ନାୟକ ଓ ଓଲଟପୁର ଥାନା ଆଇ ଆଇ ସି ବିଜୟା ସାହୁ ଉପସ୍ଥିତ ରହିଥିଲେ।ଅଂଚଳରେ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସହଯୋଗ କରିଥିବା ଲୋକଙ୍କୁ ଆଞ୍ଚଳିକ ପରିବହନ ବିଭାଗ କଟକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।