ଆଞ୍ଚଳିକ ଉନ୍ନୟନ ପରିଷଦ ତରଫରୁ ବନହୋତ୍ସବ ପାଳିତ

34

Get real time updates directly on you device, subscribe now.

ବାଲେଶ୍ୱର(ସଂଘର୍ଷ ମିଡିଆ) : – ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ ଆଞ୍ଚଳିକ ଉନ୍ନୟନ ପରିଷଦ ତରଫରୁ ଆଜି ବନହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ବୃକ୍ଷରୋପଣ ସହ ସଚେତନତା ସୃଷ୍ଟି କରିବା ପାଇଁ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ଉନ୍ନୟନ ପରିଷଦର ସଭାପତି ଶ୍ରୀଯୁକ୍ତ ମଦନ ମୋହନ ମହଲlଙ୍କ ନେତୃତ୍ୱରେ ଗଣ୍ଡିବେଡ ବଜାରରୁ ଶୋଭାଯାତ୍ରା ବାହାରି ଗଣ୍ଡିବେଡ ହାଇସ୍କୁଲରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ଖଇରା ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହି ସାମିଲ ହୋଇ ଗଣ୍ଡିବେଡ ହାଇସ୍କୁଲ ପରିସରରେ ଵୃକ୍ଷ ରୋପଣ କରିଥିଲେ । ଆଞ୍ଚଳିକ ଉନ୍ନୟନ ପରିଷଦ ବିଭିନ୍ନ କାର୍ଯ ସମ୍ପାଦନ କରିଆସୁଥିବାବେଳେ ବୃକ୍ଷ ରୋପଣ ଉପରେ ଅଧିକ ଗୁରୁତ୍ବ ଦେଇଥାଏ । ଗଛଟି ଲଗାଇ ଦେଇ ନିଜ ଦାୟିତ୍ୱ ସାରିଦିଏନି ଗଛଟି ଛୋଟରୁ ବଡ ହେବାପର୍ଯ୍ୟନ୍ତ ସମସ୍ତ ପ୍ରକାରର ଦାୟିତ୍ଵ ନିର୍ବାହ କରିଥିଏ, ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଏହି ବନହୋତ୍ସବରେ ପରିଷଦର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଅଭିମନ୍ୟୁ ରାଉଳ, ମଧୁସୁଦନ ଜେନା, ଶ୍ୟାସୁନ୍ଦରପୁର ଗ୍ରାମପଞ୍ଚାୟତର ସରପଞ୍ଚ ବନିତା ପ୍ରଧାନ, ସମିତିସଭ୍ୟl ବାସନ୍ତି ମହାନ୍ତି, ୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ମାନସ ଦାସ, ସମାଜସେବୀ ବିଶ୍ଵଭୂଷଣ ପ୍ରଧାନ, ଗଣ୍ଡିବେଡ ହାଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଗଣ୍ଡିବେଡ ହାଇ ସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ । ବାଲେଶ୍ୱର ଖଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More