ଆଜି ହେବକି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ?

17

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ପୁରୀ ଶ୍ରୀମନ୍ଦିର ପ୍ରଶାସନର ତାଗିଦ୍ ପରେ ନିଜ ଜିଦ୍‌ରୁ ଓହରିବେ କି ବନକଲାଗି ନୀତି ସମ୍ପାଦିତ କରୁଥିବା ଦତ୍ତମହାପାତ୍ର ସେବାୟତ ? ଆଜି କରିବେ କି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ? ୨୦୧୮ ମସିହା ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ପ୍ରତ୍ୟକ ବୁଧବାର ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ସେବାୟତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୂର୍ବରୁ ବନକଲାଗି ବୁଧବାର ନା ଗୁରୁବାର ହେବ ସେନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ରେକର୍ଡ ଅଫ୍ ରାଇଟସ୍ ଆଧାରରେ ଗୁରୁବାର ବନକଲାଗି ନିତି କରିବାକୁ ଜିଦ୍‌ରେ ଅଡି ବସିଛନ୍ତି ଦତ୍ତମହାପାତ୍ର ସେବାୟତ । ତେବେ ଆଜି ମଧ୍ୟ ଦତ୍ତମହାପାତ୍ର ସେବାୟତ ମାନେ ଗୁରୁବାର ବନକଲାଗି ନୀତି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଯୋଗେ ଅନୁରୋଧ କରିଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ବୁଧବାର ବନକଲାଗି ନୀତି ସମ୍ପାଦିତ କରିବାକୁ ବାରମ୍ବାର ସମ୍ପୃକ୍ତ ନିଯୋଗକୁ କହୁଥିବା ବେଳେ ଆଜି ଚରମବାଣୀ ଶୁଣାଇଛନ୍ତି । ଆଜି ଦତ୍ତମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କ ବନକଲାଗି ନୀତି ନକଲେ ଶ୍ରୀମନ୍ଦିର ଆଇନ୍ ଧାରା ୩୩ ଅନୁଯାୟୀ ସେମାନଙ୍କୁ ସେବାରୁ ହଟାଇବାକୁ ଚେତାବନୀ ଦେଇଥିବା ବେଳେ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ଶୁଦ୍ଧୁସୁଆରଙ୍କ ଦ୍ୱାରା ବନକଲାଗି ନୀତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More