ଭଦ୍ରକ(ସଂଘର୍ଷ ମିଡିଆ) : ଆଜି ହେଉଛି ପବିତ୍ର ମହାଳୟା ବା ଖଡିଚଢା ଅମାବାସ୍ୟା । ମାଁଙ୍କ ମଣ୍ଡପରେ ବିରାଜମାନ ହେବାକୁଥିବା ସମସ୍ତ ମୃଣ୍ମୟୀ ମୂର୍ତ୍ତିରେ ଆଜି ଖଡିଲାଗି କରା ଯାଇଛି । ଦୂର୍ଗାପୂଜା ପାଇଁ ଏବେ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ସେଥିପାଇଁ ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରେ ପୂଜା ପାଉଥିବା ମାଁ ଦୂର୍ଗାଙ୍କ ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପରମ୍ପରା ଅନୁଯାୟୀ ମହାଳୟା ଅବସରରେ ଆଜି ମାଁଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡିଲାଗି କରାଯାଇଥାଏ । ଏହା ଶୁଖିଲା ପରେ କାରିଗର ମୂର୍ତ୍ତିରେ ରଙ୍ଗ ଦେଇଥାନ୍ତି । ରଙ୍ଗ ଦିଆଯିବା ପରେ ମା ଦୁର୍ଗାଙ୍କ ସହ ପାର୍ଶ୍ଵ ଦେବାଦେବୀଙ୍କୁ ବସ୍ତ୍ର ଅଳଙ୍କାର ସହ ଅସ୍ତ୍ରଶସ୍ତ୍ର ଧରାଇ ସାଜ୍ଜସଜା କରାଯିବ। ହାତରେ ଆଉ କମ୍ ଦିନ ଥିବାରୁ ଖଡିଚଢା ଜାରି ରଖିଛନ୍ତି ରଙ୍ଗ କାରିଗର। ମହାଳୟା ଅମାବାସ୍ୟା ତିଥିରେ ଖଡିଚଢାର ପରମ୍ପରା ରହିଛି । ଆଉ ଆଜିଠୁ ହିଁ ନବଦିନାତ୍ମକ ବା ନବରାତ୍ର ପୂଜା ଆରମ୍ଭ ହୋଇଛି । ଯଥା ରୀତିନୀତି ଓ ପରମ୍ପରା ଅନୁଯାୟୀ ମାଆଙ୍କ ଠାରେ ପୂଜାର୍ଚ୍ଚନା କରିବାର ବିଧି ରହିଛି । ଭଦ୍ରକରୁ ଲାଲା ପ୍ରମୋଦ ରାୟଙ୍କ ସଂଘର୍ଷ ନିଉଜ ।