ପୁରୀ ( ସଂଘର୍ଷ ମିଡିୟା ) : ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପୂଜା ପରେ ଗର୍ଭଗୃହରେ ପାଣି ପଡି ଧୂଆ ଯିବା ପରେ ଜୟ ବିଜୟ ଦ୍ଵାର ବନ୍ଦ ହୋଇଥାଏ । ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଜେଉଡ ଭୋଗ (ଶାଗ, ତରକାର,ପିଠା,ଝିଲି, କ୍ଷୀରି ଇତ୍ୟାଦି ) ରୋଷଘରୁ ଆସି ଶ୍ରୀଛାମୁଙ୍କ ସମୁଖରେ ରଖାହୁଏ । ମୁଦିରସ୍ତ ସେବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଜଙ୍ଗରେ ପ୍ରସାଦ ଲାଗି କରନ୍ତି । ତିନି ଜଣ ପୂଜାପଣ୍ଡା ସେବକ ପଞ୍ଚୋପଚାରରେ ପୂଜା କରିଥାନ୍ତି । ଜେଉଡ ଭୋଗ ପୂଜା ଶେଷ ହେବା ପରେ ପୂଜାପଣ୍ଡା ,ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ଶ୍ରୀଜୀଉମାନଙ୍କୁ ବନ୍ଦାପନା କରିଥାନ୍ତି । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ମହାପ୍ରଭୁ ନୀଜେ ମା ହୋଇ ଗର୍ଭଧାରଣକରନ୍ତି ଏବଂ ନୀଜେ ପୁତ୍ର ହୋଇ ଜନ୍ମ ଗ୍ରହଣ କରନ୍ତି । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ୍ ।