ଆଜି ଶ୍ରୀ ମନ୍ଦିରରେ ବଡ ମହାସ୍ନାନ ନୀତି ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ଆରଂଭ

121

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ହୋଇଛି । ଶ୍ରୀ ମନ୍ଦିରର ବେହରଣ ଦ୍ବାରା ନିକଟ ଭିତର କାଠ ନିକଟରେ କେହି ଭକ୍ତ ବାନ୍ତି କରିଦେଇଥିବାରୁ ମହାପ୍ରଭୁଙ୍କ ବଡ ମହାସ୍ନାନ ନିତି ହୋଇଚି। ପରମ୍ପରା ଅନୁଯାୟୀ ଚୂନପାଣି ପଡ଼ି ସୋଧ କରାଯିବା ପରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ହୋଇଚି । ଫଳରେ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ ଏକ ଘଂଟାରୁ ଉର୍ଦ୍ଧ ସମୟ ବନ୍ଦ ରହିଥିଲା। ଫଳରେ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ଦୀର୍ଘ ଏକ ଘଂଟାରୁ ଅଧିକ ସମୟ ଅପେକ୍ଷା କରିଥଲେ। ତେବେ ସୁଚନା ଅନୁଯାୟୀ ସକାଳ 7 ଟା 35 ରେ ଅବକାଶ ନୀତି, ପରେ ରୋଷ ହୋମ, ପରେ 8ଟା 35 ରେ ମହାପ୍ରଭୁ ବେଶ ନିତି ସଂପନ୍ନ ହୋଇଥିଲା। ତେବେ ଏହି ସମୟରେ କେହି ଭକ୍ତ ଭିତର କାଠ ନିକଟରେ ବାନ୍ତି କରିଦେଇଥିବା ସେବାୟତ ଦେଖିଥିଲେ। ପରେ ମହାପ୍ରଭୁ ଙ୍କ ନିତୀ ବନ୍ଦ କରାଯାଇଥିଲା। ଏହା ଫଳରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଚି। ତେବେ ଶ୍ରୀ ମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀ ମନ୍ଦିର ବେହରଣ ଦ୍ୱାର ଠାରୁ ରତ୍ନ ସିଂହାସନ ମଧ୍ୟରେ ଯଦି ରକ୍ତ ଛିଟା ପଡିଥିବ, ବାନ୍ତି ହୋଇଥିବ, କେହି ମଳତ୍ୟାଗ କରିଥିଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଏ। ପରେ ଉକ୍ତ ସ୍ଥାନକୁ ଚୂନ ପାଣି ପକାଯାଇ ଶୋଧ କରାଯାଏ। ପରେ ପୂଜାପଣ୍ଡା ସେବକ ମାନେ ମହାପ୍ରଭୁଙ୍କ ବଡ ମହାସ୍ନାନ ନିତି କରନ୍ତି। ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଏ। ବଡ ମହାସ୍ନାନ ନୀତି ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ଆରଂଭ ହେବା ସହ ଅନ୍ୟାନ୍ୟ ନିତୀ ଅନୁଷ୍ଠିତ ହେଇଥାଏ। ତେବେ ଶ୍ରୀ ମନ୍ଦିରରେ ଦର୍ଶନ ପାଇଁ ଆସୁଥିବା ଭକ୍ତ ଅନେକ ସମୟ ରେ ପ୍ରବଳ ଗହଳି ଯୋଗୁ ତଳେ ପଡି ଆହତ ହେବାରୁ ରକ୍ତ ଛିଟା ପଡ଼ିଥାଏ। ସେହିପରି ଅନେକ ଭକ୍ତ ଭିଡରେ ବାନ୍ତି କରିଦେଇ ଥାଆନ୍ତି। ଏଣୁ ଅନେକ ସମୟ ରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More