ଆଜି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ ଶ୍ରୀ ସିଦ୍ଧ ବଳଦେବ ଜୀଉ

23

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଆଜି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ ଶ୍ରୀ ସିଦ୍ଧ ବଳଦେବ ଜୀଉ , ସାଥିରେ ଅଛନ୍ତି ଜଗତ ଜନନୀ ମା ସୁଭଦ୍ରା ଓ ଜଗତରନାଥ ଶ୍ରୀ ଜଗନ୍ନାଥ । ଆଜି ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ । ଜନ୍ମ ମାଟିକୁ ପ୍ରବେଶ କରିବେ ଶ୍ରୀ ଜୀଉ । ସୂଚନାଯୋଗ୍ୟଯେ, ଦୀର୍ଘ ୨ ଦିନ ହେବ ଶ୍ରୀ ଜୀଉଙ୍କ ରଥ ବଡଦାଣ୍ଡରେ ଫସି ରହିଥିଲା । ଜିଲା ପ୍ରଶାସନର ଅକ୍ଲାନ୍ତ ପରିଶ୍ରମରେ ଗତକାଲି ରାତିରେ ଶ୍ରୀ ଜୀଉଙ୍କ ରଥ ବଡଦାଣ୍ଡ ମଧ୍ୟକୁ ଆସିଥିଲା । ଆଜି ସ୍ଵତନ୍ତ୍ର ନୀତିକାନ୍ତିପରେ ଶ୍ରୀ ଜୀଉଙ୍କ ରଥ ଟଣା ଯାଉଛି । ଗତକାଲିର ରଥକୁ ସ୍ଵତନ୍ତ୍ର ଟ୍ରାକକୁ ଆଣିବା ପାଇଁ ଯେଉଁ ଟେକେନିକାଲ ଟିମ ଉଦ୍ୟମ କରିଥିଲେ ସେମାନଙ୍କ ଠାରୁ କିଛି ଶୁଣିବା ଆସନ୍ତୁ । ହଁ ଦର୍ଶକ ବନ୍ଧୁ ସବୁ ସେଇ ବଳିଆର ଭୁଜ ସିଦ୍ଧ ବଳଦେବ ଜୀଉଙ୍କ ଇଚ୍ଛା । ପତିତଙ୍କୁ ଦର୍ଶନ ଦେବା ପାଇଁ ଆଜି ବଡଦାଣ୍ଡରେ ଶ୍ରୀ ଜୀଉ । ସବୁଠାରୁ ଜିଲା ପ୍ରଶାସନ ସୁରୁଖୁରୁରେ ପବିତ୍ର ଘୋଷ ଯାତ୍ରା ସମାପନ ପାଇଁ ତତ୍ପର ଥିବା ଦେଖିବାକୁ ମିଳିଥିଲା । ଆସନ୍ତୁ ଶୁଣିବା ଜିଲାପାଳ ମହୋଦୟ କଣ କହୁଛନ୍ତି । ଭକ୍ତଙ୍କ ପାଇଁ ଆଜି ବଳିଆର ଭୁଜ ପ୍ରଚଣ୍ଡ ଖରରେ , ଦୀର୍ଘ ଦୁଇ ବର୍ଷ ପରେ ନିକଟରେ ପ୍ରଭୁଙ୍କୁ ଦେଖି ଭକ୍ତ ଆଜି ନିଜକୁ ଭାଗ୍ଯବାନ ମନେକରୁଛି । ଆସନ୍ତୁ ଶୁଣିବା ଜଣେ ସେବାୟତ କଣ କହୁଛନ୍ତି । ହଁ ଦର୍ଶକ ବନ୍ଧୁ ସବୁ ତାଙ୍କ ଇଚ୍ଛା , ତାଙ୍କ ବିନା ନିର୍ଦ୍ଧେଶରେ ପବନ ଟିକେବି ବହେନି, ଜୟ ସିଦ୍ଧ ବଳଦେବ ଜୀଉ । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More