ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଖଳିଲାଗି ଏକାଦଶୀ ନୀତି

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଖଳିଲାଗି ଏକାଦଶୀ ନୀତି , ଦଶମୂଳ ମହୌଷଧ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ। ପୁର୍ବଭଳି କୋଳାହଳମୟ ହେବ ଶ୍ରୀ ମନ୍ଦିର। ପୁଣି ବାଜିବ ବିଜେକାହାଳୀ। ଏହି ଅବସରରେ ଶ୍ରୀ ଜିଉଙ୍କ ପୂର୍ଣ୍ଣାଙ୍ଗ ସର୍ବାଙ୍ଗ ହେବ।ଅର୍ଥାତ ସମ୍ପୂର୍ଣ୍ଣ ଶ୍ରୀଅଙ୍ଗରେ ଚନ୍ଦନଲାଗି ଅନୁଷ୍ଠିତ ହେବ। ଅଣସର ଘରେ ଦାରୁ ଦିଅଁଙ୍କ ସହ ଦଶ ଠାକୁରଙ୍କ ଚନ୍ଦନ ଲାଗି ଅନୁଷ୍ଠିତ ହେବ।ବଡ଼ସିଂହାର ବେଶରେ ଠାକୁରେ ଗୀତଗୋବିନ୍ଦ ପାଟ ପରିଧାନ କରିବେ। ଅନବସରରେ ପ୍ରଥମ ଥରପାଇଁ ନାଲି ଫୁଲ ସୁବାସିତ ଫୁଷ୍ପ ଓ ତୁଳସୀ ଆଦି ମହାପ୍ରଭୁ ଙ୍କ ଠାରେ ଲାଗି ହୋଇଥାଏ। ନୂତନ କରି ବିଭିନ୍ନ ଫଳମୂଳ ସହ ୧୦୮ ଭଳି ଭୋଗ ଠାକୁରଙ୍କୁ ଅର୍ପଣ ହୋଇଥାଏ। ଶ୍ରୀମନ୍ଦିରରେ ଖଳି ଲାଗି ଏକାଦଶୀ ଅବସରରେ ଠାକୁରଙ୍କ ଏସବୁ ରୀତିନୀତି ସମ୍ପନ୍ନ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବସ୍ତ୍ର ଶ୍ରୀମନ୍ଦିରରେ ପହଞ୍ଚିଛି। ଅଣସର ସମୟର ଶୁଭ୍ର ବସ୍ତ୍ର ପରିତ୍ୟାଗ କରିଥିଲେ ଶ୍ରୀ ଜିଉ। ଏକାଦଶୀ ଠାରୁ ସାଧାରଣ ଦିନ ଭଳି ବିଭିନ୍ନ ରଙ୍ଗିନ ଓ ସୁବାସିତ ପୁଷ୍ପ ଲାଗିହେବେ। ଠାକୁରଙ୍କ ସବୁଠାରୁ ପ୍ରିୟ ତୁଳସୀ ମଧ୍ୟ ଗତ ୧୦ ଦିନ ପର୍ଯ୍ୟନ୍ତ ବାରଣ ଥିଲା। ଏକାଦଶୀରେ ମହାପ୍ରଭୁଙ୍କୁ ତୁଳସୀ ଲାଗି ହୋଇଥାଏ। ବେଶ ଅନୁଷ୍ଠିତ ହେବାପରେ ଠାକୁରଙ୍କୁ ରାଜପ୍ରସାଦ ଭୋଗ ଲାଗି କରାଯାଇ ଥାଏ। ଏଥିରେ ମୁଖ୍ୟତଃ ସ୍ଵତନ୍ତ୍ର ଶୈଳୀରେ ତିଆରି ହୋଇଥିବା ଖଇ ଭୋଗ ଲାଗେ । ଏଥି ସହିତ ଖୁଆ, ସର,ଛେନା, ଆମ୍ବ, କଦଳୀ ଆଦି ବିଭିନ୍ନ ଫଳମୂଳ ଠାକୁରଙ୍କୁ ଲାଗି କରାଯାଇଥାଏ। ଦଶମୀ ତିଥିରେ ଠାକୁରଙ୍କ ଉଦ୍ଦେଶରେ ଶ୍ରୀମନ୍ଦିରରେ ଦେଇଛନ୍ତି ଦଶମୂଳ ମହୌଷଧ। ରାଜବୈଦ୍ୟମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦ ରେ ଦେଇ ଥିଲେ। ଭୋଗ ସହିତ ଠାକୁରଙ୍କୁ ଉକ୍ତ ମହୌଷଧ ଦିଆଗଲା ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଆସନ୍ତାକାଲି ଦ୍ଵାଦଶୀ ରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶରୀରରୁ ବାହାରି ଥିବା ଚନ୍ଦନ, କରାଳ ନେଇ ଗଜପତିଙ୍କୁ ଦେବେ। ଏଥି ସହିତ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହୋଇଥିବା ଖବର ଦେବେ ଗଜପତି ମହାରାଜାଙ୍କୁ। ଏଥି ସହିତ ରଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More