ଭୁବନେଶ୍ୱର(ସଂଘର୍ଷ ମିଡିଆ ) : : ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲଗାତାର ୬୦ ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁରରୁ ୧୩ ଲେଖାଏଁ, ଢେଙ୍କାନାଳରୁ ୧୧, ଅନୁଗୁଳ ଓ କେନ୍ଦ୍ରାପଡାରୁ ୮ ଲେଖାଏଁ, ଯାଜପୁରରୁ ୫, ବାଲେଶ୍ୱର , ଭଦ୍ରକ,ଢ଼ୋର୍ଦ୍ଧାରୁ ୩ ଲେଖାଏଁ, ନବରଙ୍ଗପୁର, ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ମୋଟ ମୃତ୍ୟୁ ସଂଖ୍ୟା ୭ ହଜାର ୩୫୮ରେ ପହଞ୍ଚିଛି।