ଆଜି ମହାପ୍ରଭୁଙ୍କ ପବିତ୍ର ସୂନାବେଶ , ଟ୍ରାଫିକ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ବ୍ଲୁପ୍ରୀଣ୍ଟ ପ୍ରସ୍ତୁତ

15

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ମହାପ୍ରଭୁଙ୍କ ପବିତ୍ର ସୂନାବେଶ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗତବର୍ଷ ଅପେକ୍ଷା ପ୍ରାୟ ପଚିଶ ପ୍ରତିଶତ ଅଧିକ ଭକ୍ତ ମହାପ୍ରଭୁଙ୍କ ସୂନାବେଶ ଦର୍ଶନ କରିବେ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ଯବସ୍ଥାକୁ ନେଇ ଏକ ସ୍ୱତନ୍ତ୍ର ବ୍ଲୁପ୍ରୀଣ୍ଟ ପ୍ରସ୍ତୁତ କରାଯାଇଛି। ବିଶେଷକରି ଏଥର ଡ୍ରୋନ୍ ମାଧ୍ୟମରେ ଟ୍ରାଫିକ ପରିଚାଳନା କରାଯିବ। ବିଶେଷକରି ବାଟଗାଁ ଓ ତାଳବଣିଆରେ ଡ୍ରୋନ୍ ସାହାଯ୍ୟରେ ଟ୍ରଫିକ ନିୟନ୍ତ୍ରଣ କରାଯିବ। ଖାସକରି ଟ୍ରଫିକ ବ୍ଯବସ୍ଥା ସୃଙ୍ଖଳିତ କରିବା ପାଇଁ ୫୧ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାନବାହନ ପ୍ରବେଶ ଉପରେ କଟକଣା କରାଯାଇଛି। ସେପଟେ ଟୁରିଷ୍ଟ ବସ କେବଳ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ। ଭୁବନେଶ୍ବର ଆଡୁ ଆସୁଥିବା ଯାତ୍ରୀବାହୀ ବସ ଗୁଡିକ ମାଳତୀପାଟପୁର ଆରଓବି ଦେଇ ସଂସ୍କୃତ ମହାବିଦ୍ୟାଳୟ ଓ ତାଳଵଣିଆରେ ପାର୍କିଂ କରିବେ। କୋଣାର୍କ ଆଡୁ ଆସୁଥିବା ବସ ଗୁଡିକ ତାଳବଣିଆରେ ପାର୍କିଂ କରିବେ। ସେହିପରି ବ୍ରହ୍ମଗିରି ଆଡୁ ଆସୁଥିବା କାର୍ ଓ ବାଇକ୍ ମେରାଇନଡ୍ରାଇଭ ଦେଇ ଯାତ୍ରୀକାରେ ପାର୍କିଂ କରିବେ। ଭୁବନେଶ୍ୱର ଆଡୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମାଳତୀପାଟପୁର ଆରଓବି ଦେଇ ତାଳବଣିଆରେ ପାର୍କିଂ କରିବେ। ସେହିଭଳି ଭୁବନେଶ୍ବର ଆଡୁ ଆସୁଥିବା ବାଇକ୍ ମାଳତୀପାଟପୁର ଆରଓବି ଦେଇ ବ୍ଲୁଫ୍ଲାଗ ବିଚ୍ ଓ ନିଳାଦ୍ରୀ ବିଚ୍ ରେ ପାର୍କିଂ କରିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More