ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧଜିଲାରେ ମଙ୍ଗଳବାର ଦିନ ଚଳିତ ବର୍ଷର ସର୍ବଚ୍ଚୋ ତାପମାତ୍ରା ୪୪.୫ ଡ୍ରିଗ୍ରୀ ରେକର୍ଡ କରାଯାଇଛି। ସକାଳ ୮ ଘଣ୍ଟା ପରେ କାମ ନଥିଲେ ସାଧାରଣଲୋକ ଘରୁ ବାହାରକୁ ବାହାରୁନଥିବା ଦେଖାଯାଉଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଅଛି। ସକାଳୁଆ ଅଫିସ ଥିଲେ ମଧ୍ୟ କର୍ମଚାରୀଙ୍କ ବ୍ୟତୀତ ଜରୂରୀ କାର୍ଯ୍ୟ ନଥିଲେ କୌଣସି ସାଧାରଣଲୋକ ଆସୁନାହାନ୍ତି।