ଆଜି ବଡ଼ ଏକାଦଶୀ ତିଥି, ରଥ ଉପରେ ବିରାଜମାନ ଶ୍ରୀ ଜୀଉଙ୍କ ନିକଟରେ ହୋଇଛି ଫଳ ଭୋଗ

18

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ବଡ଼ ଏକାଦଶୀ ତିଥି। ଏହି ଅବସରରେ ରଥ ଉପରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ଫଳ ଭୋଗ ହୋଇଛି । ବିଭିନ୍ନ ମଠ ପକ୍ଷରୁ ଏହି ଫଳ ଭୋଗ କରାଯାଇଛି। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ବିଭିନ୍ନ ସେବା ରହିଚି ମହାପ୍ରଭୁଙ୍କ ପାଇଁ। ବଡ଼ ଏକାଦଶୀ ଅବସରରେ ହରଚଣ୍ଡିସାହୀର ନାଗା ମଠ ପକ୍ଷରୁ ବିଭିନ୍ନ ଫଳ ଭୋଗ କରାଯାଇଚି ମହାପ୍ରଭୁଙ୍କ ପାଇଁ। ପରେ ଏହି ଭୋଗକୁ ଭକ୍ତ ମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ତେବେ ଅନେକ ଭକ୍ତ ହୁଏତ ଜାଣି ନ ଥିବେ ମହାପ୍ରଭୁ ରଥ ଉପରେ ବିରାଜ ମାନ କରିଥିବା ବେଳେ କଣ ଭୋଗ ହୁଏ ଓ କିଭଳି ନିତି କାନ୍ତି ଅନୁଷ୍ଠିତ ହୋଇଥାଏ। ତେବେ ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀ ଗୁଣ୍ଡିଚାରୁ ନିଳାଦ୍ରୀ ବିଜେ ଯାଏ ମହାପ୍ରଭୁ ଯେତେବେଳେ ରଥ ଉପରେ ବିରାଜମାନ କରିଥାନ୍ତି ସେତେବେଳେ ଶ୍ରୀ ମନ୍ଦିର ରେ ଯାହା ନୀତି ହୋଇଥାଏ ରଥ ଉପରେ ସେହି ସମାନ ନୀତି ହୋଇଥାଏ। ତେବେ ଭୋଗ କିନ୍ତୁ ଅଲଗା ପ୍ରକାର ଲାଗି ହୋଇଥାଏ। ମହାପ୍ରଭୁ ରତ୍ନ ସିଂହାସନ ରେ ଥିବା ବେଳେ ଅନ୍ନ ଭୋଗ ସହ ଅନ୍ୟାନ୍ୟ ବ୍ୟଞ୍ଜନ ଭୋଗ ହୋଇଥାଏ। କିନ୍ତୁ ରଥ ଉପରେ ଠାକୁର ମାନେ ଥିଲେ ଅନ୍ନ ଭୋଗ ହୋଇ ନଥାଏ। ରଥ ଉପରେ ଠାକୁର୍ ମାନଙ୍କୁ ଶୁଖିଲି ଭୋଗ ହୋଇଥାଏ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି ଯେ, ରଥ ଉପରେ ପୂର୍ବରୁ ହେଉଥିବା ଭୋଗଗୁଡ଼ିକ ମଧ୍ୟରେ ବଡ଼ ସାନ ମନୋହର, ପଶୁପାଳନ କାକର , ତାଟ ବାବଦ ନାଡି, ଗଜା ବଡ଼ ସାନ , ଟାକୁଆ , ଫେଣି , କାକରା ,ଡାଳିମ୍ବ , ଟାକୁଆ ସାନ ସରା , ଗଜା, ସୁଆର ଲଡୁ ଓ କାକରା । ଏତଦ୍ ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଭୋଗ ମଧ୍ୟରେ କୋରା , ଖଇ, ବଡ଼ କାକରା, ଉଠା କାକରା , ମହା ପ୍ରଶସ୍ତ ମନହର , ବଡ଼ ଅମାଲୁ, ସାନ ଅମାଲୁ, , ଝଡେଇ ନେଦା , ମାଣ୍ଡୁଅ , ଟାକୁଆ , ଟାକୁଆ ବଡ଼ସେରା , ରଥ ମନହର- , ମରିଚ ନଡୁ ଉଲ୍ଲେଖ ଥିବା ଜଣାଯାଏ। ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More