ଆଜି ଫେରିଲେ ୭ ହଜାର ପ୍ରବାସୀ ଓଡିଆ ; କାଲି ଆସିବ ଆଉ ୫ ସ୍ଵତନ୍ତ୍ର ଟ୍ରେନ୍

37

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଗୁରୁବାର ୭ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍‌ରେ ପହଞ୍ଚିଛି। ଆଜି ସୁଦ୍ଧା ୩୭ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଛି। ପୂର୍ବତଟ ରେଳପଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁରତରୁ ଆସିଥିବା ଦୁଇଟି ଟ୍ରେନ୍ ମଧ୍ୟରୁ ଆଜି ଗୋଟିଏ ଖୋର୍ଦ୍ଧାରୋଡ଼ ଏବଂ ଅନ୍ୟଟି ବାଲେଶ୍ବରରେ ପହଞ୍ଚିଛି। ସେହିପରି ଗୁଜରାଟର ମୋରବିରୁ ଦୁଇଟି ଟ୍ରେନ୍‌ ବାଲେଶ୍ବର, ଆନ୍ଧ୍ର ପ୍ରଦେଶର ଚିତ୍ତୋରରୁ ଗୋଟିଏ ଟ୍ରେନ୍ ଭଦ୍ରକ, ତାମିଲନାଡ଼ୁର ତିରିପୁରରୁ ଗୋଟିଏ ଟ୍ରେନ୍ ବାଲେଶ୍ବର, ଆନ୍ଧ୍ର ପ୍ରଦେଶର ନାମ୍ବୁରୁରୁ ଗୋଟିଏ ଟ୍ରେନ୍ ବାଲେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚିଛି। ସେହିପରି ଆଜି ଆଉ ୫ଟି ଟ୍ରେନ୍‌ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏଥିରୁ ଗୋଟିଏ କୋଏମ୍ବାଟୁରରୁ ଭଦ୍ରକ, ଦୁଇଟି ଟ୍ରେନ୍‌ ସୁରତରୁ ଜଗନ୍ନାଥପୁର, ଗୋଟିଏ ଟ୍ରେନ୍ ମୋରବିରୁ ବାଲେଶ୍ବର ଏବଂ ଗୋଟିଏ ଟ୍ରେନ୍ ତେଲଙ୍ଗାନାର ବିବିନଗରରୁ ବାଲେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ଟ୍ରେନ୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଏତେ ସଂଖ୍ୟକ ଟ୍ରେନ୍ ଆସିବା ସତ୍ତ୍ବେ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷାଧିକ ଓଡ଼ିଆ ଏବେବି ଅଟକି  ରହିଛନ୍ତି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More