ଆଜି ପଶୁମାନଙ୍କ ଠାରୁ ଅଧିକ ହିଂସ୍ର ପାଲଟିଛି ମଣିଷ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଦୁନିଆଁ ରେ ମନୁଷ୍ୟ ଜାତି ପଶୁ ମାନଙ୍କୁ ଭୟ କରିଥାନ୍ତି। ଆମେ କହୁନୁ ଆପଣମାନେ ଦେଖିଥିବେ ବା ଅନୁଭବ କରିଥିବେ। କୁକୁର, ମାଙ୍କଡ,ଗାଈ,ଷଣ୍ଢ,ବାଘ,ଭାଲୁ ଓ ହାତୀ ମାନଙ୍କୁ ମଣିଷ ଭୟ କରିଥାନ୍ତି ଏମାନଙ୍କ ଭିତରୁ ଯେଉଁ ପଶୁଟି ରାସ୍ତାରେ ଛିଡ଼ା ହୋଇଥାନ୍ତି ମଣିଷ ସେ ରାସ୍ତାରେ ଯିବାକୁ ଭୟ ମଧ୍ୟ କରିଥାନ୍ତି। କିନ୍ତୁ ଏ ସଭ୍ୟ ସମାଜରେ ମନୁଷ୍ୟ ଜାତି ଶ୍ରେଷ୍ଠ ଜାତି ଭାବେ ସ୍ଥାନ ପାଇଥିବା ବେଳେ ମଣିଷର ଚିନ୍ତାଧାରା ଅତି ନିଷ୍ଠୁର ହୋଇଥାଏ। ସେଥିପାଇଁ ମଣିଷ ନିଜର ସ୍ବାର୍ଥ ପୁରଣ ପାଇଁ କିଛିବି ଅପ୍ରୀତିକର କାର୍ଯ୍ୟ କରିଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ ଦେଖାଇବୁ ଆପଣ ବି ବିଶ୍ଵାସ କରି ପାରିବେ ନାହିଁ। ଦେଖନ୍ତୁ ଏହି ଭିଡିଓ କୁ କେମିତି ହାତୀ ତା ଶୋଇଥିବା ମାଲିକକୁ ଉଠାଉଛି, ସେ ତାର ସୁଣ୍ଡରେ ମାଲିକକୁ ଉଠାଉଛି ମାଲିକ ନ ଉଠିଲେ ତା ଉପରେ ମଧ୍ୟ ସୋଇ ପଡୁଛି। ଖାଲି ସେତିକି ନୁହେଁ ଅନ୍ୟପଟେ ପାଞ୍ଚବର୍ଷର କୁନି ପିଲା ସହିତ କେମିତି ହାତୀ ଖେଳୁଛି ଓ ସେହି ପିଲାଟି ସହିତ ମଜାମସ୍ତି ମଧ୍ୟ କରୁଛି। କେତେବେଳେ ହାତୀ ତାର ଲାଙ୍ଗୁଡରେ ମାଲିକକୁ ବାନ୍ଧିବାକୁ ଚେଷ୍ଟା କରୁଛି ତ କେତେବେଳେ ମାଲିକ ଉପରେ ଘଷି ଲଦି ହେଉଛି। ଯଦି ପଶୁଟି ଉତ୍ତମ ଚିନ୍ତା କରିବାର ହୃଦୟ ମନକୁ ଆସୁଛି ତେବେ ମନୁଷ୍ୟ ଜାତି ସବୁଠୁ ଶ୍ରେଷ୍ଠ ବୁଦ୍ଧିମାନ ବୋଲି କୁହାଯାଉଥିବା ମଣିଷ ନିଜର ସ୍ବାର୍ଥ ସାଧନ ପାଇଁ ନିଜର ମନୁଷ୍ୟ ଜାତିକୁ ବା ନିଜର ସମ୍ପର୍କିୟ ମାନଙ୍କୁ କାହିଁକି ହଇରାଣ କରୁଛି। ଏ ସଭ୍ୟ ସମାଜରେ ଭାଇ ହୋଇଯାଏ ଭାଇର ଶତ୍ରୁ। ସ୍ଵାମୀ ହୋଇଯାଏ ସ୍ତ୍ରୀ ର ଶତ୍ରୁ। ପୁଅ ହୋଇଯାଏ ବାପା ଓ ମାଆର ଶତ୍ରୁ। ବୃଦ୍ଧ ବୟସରେ ବାପା ମାଆଙ୍କ ପାଇଁ ଘରେ ନଥାଏ ସ୍ଥାନ। ପୁଅ ବଡ ହୋଇଗଲେ ବୃଦ୍ଧା ବାପା ମାଆଙ୍କର ଏକମାତ୍ରା ସାହାରା ହୋଇଥାଏ ଗଛମୂଳ ବା ଅନାଥ ଆଶ୍ରମ। ଏ ହେଉଛି ଆମ ସଭ୍ୟ ସମାଜର ଅସଭ୍ୟର ପରିଚୟ। ଏହି ଶିକ୍ଷିତ ଓ ସଭ୍ୟ ସମାଜ କଥା ଭାବିଲେ ମନେହୁଏ ଏବେବି ଏ ସମାଜ ଅସଭ୍ୟ ମାନଙ୍କ କବଳରେ କବଳିତ ହୋଇ ରହିଛି। ଏ ସଭ୍ୟ ସମାଜର ଶିକ୍ଷିତ ମଣିଷମାନେ ଏବେବି ସମୟ ଅଛି ନିଜେ ନିଜକୁ ସୁଧାରି ନିଅନ୍ତୁ। ନିଜ ନିଜର ବୃଦ୍ଧା ବାପା ମାଆଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ । ଅନ୍ୟର ଦୁଃଖ ସମୟରେ ପାରିଲା ଭଳି ସାହାଯ୍ୟ କରନ୍ତୁ। ଅନ୍ୟମାନଙ୍କୁ ସାହାଯ୍ୟ କଲେ ଭଗବାନ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବେ। ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ .

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More