ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ,ଲୋକନାଥ ଦେବଙ୍କ ପୀଠ ଉତ୍ସବ ମୁଖର

224

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଏଥି ପାଇଁ ପୁରୀର ପ୍ରସିଦ୍ଧ ଶୈବ ପିଠ ଶ୍ରୀ ଲୋକନାଥ ଦେବଙ୍କ ପୀଠ ଉତ୍ସବ ମୁଖର। ହଜାର ହଜାର ଭକ୍ତ ପ୍ରଭୁ ଲୋକନାଥ ଙ୍କୁ ଦର୍ଶନ କରୁଛନ୍ତି। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଚି। ତେବେ ପୁର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳବାର ରାତି ଗୋଟାଏରେ ମନ୍ଦିର ଦ୍ଵାର ଫିଟା ପରେ ପ୍ରଭୂ ଲୋକନାଥ ଦେବଙ୍କ ମଙ୍ଗଳ ଆଳତୀ, ସକାଳ ଧୂପ, ଦ୍ଵୀପ୍ରହର ଧୂପ, ବଲ୍ଲଭ ନୀତି ଅନୁଷ୍ଠିତ ହୋଇଥଲା। ପରେ ରାତ୍ର 4 ଟାରୁ ପ୍ରଭୂ ଲୋକନାଥଙ୍କ ପଙ୍କୋଦ୍ଧାର ନିତି ଅନୁଷ୍ଠିତ ହେଇଥିଲା। ବର୍ଷ ତମାମ ପ୍ରଭୁ ଲୋକନାଥଙ୍କ ଉପରେ ପଡି ରହିଥିବା ବେଲପତ୍ର, ଫୁଲ ଆଦିକୁ ସେବକ ମାନେ କାଢିଥିଲେ। ସକାଳ 7ଟା ଯାଏ ଏହି ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଥଲା। ପରେ ଭକ୍ତଙ୍କ ଦର୍ଶନ ଆରଂଭ ହୋଇଥଲା। ଆଜି ରାତି 10 ଟା ଯାଏ ପ୍ରଭୁ ଲୋକନାଥଙ୍କୁ ଭକ୍ତ ଦର୍ଶନ କରିପାରିବେ। ସେହିପରି 100 ଟଂକା ଟିକେଟ ନେଇ ମଧ୍ଯ ପ୍ରଭୁଙ୍କୁ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି।ପ୍ରଭୁ ଲୋକନାଥଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାରେ ଅପେକ୍ଷା ରେ କରିଥାନ୍ତି। ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀ ରେ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।ଏଣୁ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦିବ୍ୟ ଜ୍ୟୋତିର୍ଲିଙ୍ଗକୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଚି। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ପାଈଁ ପୁରୀ ପୋଲିସ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଚି। ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା, ଧାଡ଼ି ବ୍ୟବସ୍ଥା ସହିତ କିଭଳି ଶିଘ୍ର ଦର୍ଶନ ଭକ୍ତ କରିପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଚି। ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି। ଚୋରି, ଛିନତାଇ, ଗଣ୍ଡଗୋଳକୁ ରୋକିବାକୁ 8 ପ୍ଲାଟୁନ ପୋଲିସ ଫୋର୍ସ ସହ ସାଧା ପୋଷାକରେ ପୋଲିସ ମୁତୟନ ରହିବେ।2 ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ଵରେ ରହିଛନ୍ତି। ଶୁକ୍ରବାର ପ୍ରଭୂ ଲୋକନାଥଙ୍କ ପୀଠରେ ପାଳନ ହେବ ପ୍ରସିଦ୍ଧ ଜାଗର ପର୍ବ। ହଜାର ହଜାର ଭକ୍ତଙ୍କ ସମାଗମ କୁ ଦୃଷ୍ଟି ରେ ରଖାଯାଇ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଶ୍ରୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ଥିବାରୁ ସେଠାରେ ମଧ୍ୟ ପୋଲିସ ଫୋର୍ସ ମୁତୟନ କରାଯିବ। ତେବେ ଶାନ୍ତି ଶୃଙ୍ଖଳାରେ କିଭଳି ପ୍ରଭୁ ଲୋକନାଥଙ୍କ ପ୍ରସିଦ୍ଧ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପର୍ବ ପାଳନ ହେବ ତାହା ଉପରେ ପୋଲିସର ଦୃଷ୍ଟି ଥିବା ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More