ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଏହି ଅବସରରେ ଉତ୍ସବ ମୁଖର ଶ୍ରୀ ମନ୍ଦିର

128

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ଉତ୍ସବ ମୁଖରିତ ଶ୍ରୀ ମନ୍ଦିର। ଆଜି ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରାଜ ରଜେଶ୍ୱର୍ ବେଶ ତଥା ସୁନା ବେଶ ଅନୁଷ୍ଠିତ ହେଇଥାଏ।ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ସୁନା ବେଶ ଅନୁଷ୍ଠିତ ହେଇଥାଏ। ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପୁରୀ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଚି। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଦୋଳ ଗୋବିନ୍ଦ, ଶ୍ରୀ ଦେବି, ଭୂଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀ କୁ ଜିବେ। ସେଠାରେ ଝୁଲଣ ରେ ଅବସ୍ଥାନ କରି ଭକ୍ତ ଙ୍କ ସହ ଫଗୁ ଖେଳିବେ। ଏହି ଅବସରରେ ମହାପ୍ରଭୁଙ୍କୁ ଦୋଳ ବେଦୀରେ ଦର୍ଶନ ସହ ଫଗୁ ଖେଳିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ଚାହିଁଛନ୍ତି। ସେପଟେ ପବିତ୍ର ଦୋଳ ପୂଣ୍ଣିମା ତିଥିରେ ଶ୍ରୀ ମନ୍ଦିର ସମ୍ମୁଖରେ ବେଦ ପାଠ କରଯାଇଛି। ଏଥି ସହ ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ କରାଯାଇ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗରେ ପରିକ୍ରମା କରିଥଲେ ଭକ୍ତ। ସେହିପରି ସନ୍ଧ୍ୟାରେ ପରିକ୍ରମା ମାର୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ଠାରୁ ବେଦ ପାଠ, ନାମ ସଙ୍କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗରେ ଅନୁଷ୍ଠିତ ହେବ। ଫଳରେ ଶ୍ରୀ ମନ୍ଦିର କୁ ଆସୁଥିବା ଭକ୍ତ ଏକ ନିଆରା ଅନୁଭୂତି ନେଇ ଫେରିବେ। ସେପଟେ ଦୋଳ ପୁର୍ଣିମା ଅବସରରେ ଶ୍ରୀ ମନ୍ଦିରରେ ଦେବୀ ସରସ୍ଵତୀଙ୍କ ମନ୍ଦିରରେ ଆଜି ପଞ୍ଜିକା ପଠନ ହେବ। ପରମ୍ପରା ଅନୁଯାୟୀ ଆଜି ଦୋଳ ପୁର୍ଣିମା ଅବସରରେ ପଞ୍ଜିକା ପ୍ରଚଳନ ହୋଇଥାଏ। ସେପଟେ ଶ୍ରୀ ମନ୍ଦିର ରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ୍ ଫୋର୍ସ ମୁତୟନ କରାଯାଇଚି। ତେବେ ପବିତ୍ର ଦୋଳ ଉତ୍ସବକୁ ଭକ୍ତ ମାନେ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More