ଆଜି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଓଡ଼ିଶା ବନ୍ଦ

29

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – କରୋନା ମହାମାରୀ ମୁକବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ କ୍ରମାଗତ ଭାବେ ପେଟ୍ରୋଲ ଓ ଡ଼ିଜେଲ ଉପରେ ଟିକସ ଲଦି ସାଧାରଣ ଲୋକଙ୍କୁ ଲୁଟ କରିବା ନୀତି ପ୍ରତିହାର କରନ୍ତୁ ବୋଲି ଦାବିକାରୀ CPI, CPI(ମ) ଓ CPI(ML) ପକ୍ଷରୁ ଆଜି କଳାହାଣ୍ଡି – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇଛନ୍ତି । CPI – ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଦାମୋଦର ବେହେରା ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ବାହାରି ଭବାନୀପାଟଣା ସହର ପରିକ୍ରମା କରି , ଆଗକୁ ବ୍ୟାପକ ଜନ-ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏପରି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀଯୁକ୍ତ ଦାମୋଦର ବେହେରା ପ୍ରକାଶ କରିଛନ୍ତି ।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ବ୍ୟାରେଳ ପିଛା ଦର କମୁଥିବା ବେଳେ,ଭାରତରେ ପେଟ୍ରୋଲ, ଡ଼ିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ,କେନ୍ଦ୍ର ସରକାର ଙ୍କ ଆଚ୍ଛେଦିନର ନଗ୍ନ ନମୂନା ବୋଲି ଶ୍ରୀ ବେହେରା କହିଛନ୍ତି । ରନ୍ଧନଗ୍ୟାସ-ସିଲିଣ୍ଡର ଦରବୃଦ୍ଧି ଯୋଗୁଁ ହାଣ୍ଡି ଶାଳରେ ମହିଳା ମାନଙ୍କ ଆଖିରୁ ଲୁହ ବୋହିଛି ଏବଂ ଏହି ଲୁହ ସରକାରଙ୍କ ଉପରେ ପଡିବ । ସେହିପରି ଖାଇବା ତେଲର ଦର ମଧ୍ୟ ଲଗାମ ଛଡା ବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପାଉଥିବାରୁ ଏହା ଖାଉଟିଙ୍କ ଉପରେ ବେଡି ଉପରେ କୋରଡା ମାଡ଼ ସଦୃଶ୍ୟ । ତେଣୁ ଏହି ପେଟ୍ରୋଲ,ଡ଼ିଜେଲ ,ରନ୍ଧନ ଗ୍ୟାସ ଓ ନିତ୍ୟ-ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ବିରୋଧରେ AIYF ଜିଲ୍ଲା ସଭାପତି ଅଗଷ୍ଟ ନାୟକ ଓ ଜିଲ୍ଲା ସମ୍ପାଦକ – ସଞ୍ଜୟ ସୁନାନୀ , CPI(M) ଜିଲ୍ଲା ସମ୍ପାଦକ – ବିଶ୍ୱଜିତ ଚାଟାର୍ଜୀ , ଜିଲ୍ଲା କମିଟି ସଭ୍ୟ – ନର୍ସିଂ ଥାପା,ବ୍ରିଟିଶ କୁମାର,ଗଙ୍ଗାଧର ପ୍ରହରାଜ,ରାଜ୍ୟ କୃଷକ ସଭା – ନୃପେନ୍ଦ୍ର ଗଙ୍ଗଦେବ,ଟ୍ରେଡ଼ ୟୁନିୟନ – ଗୌର ନାୟକ,ନିୟମଗିରି – ଲିଙ୍ଗରାଜ ଆଜାଦ ପ୍ରମୁଖ ସାମିଲ ହୋଇ ଓଡିଶା ବନ୍ଦକୁ ସମର୍ଥନ ଜଣାଇଥିଲେ । କଳାହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More