ଆଜି ଠାରୁ ହବିଷ ବ୍ରତ ଆରମ୍ଭ

36

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ। ଅନଲାଇନ ମାଧ୍ୟମରେ ପଞିକରଣ କରିଥିବା ୩୦୨୪ ଜଣ ହବିଷ୍ୟାଳୀ ମା ମାନଙ୍କୁ ୫ ଗୋଟି ରହଣି କେନ୍ଦ୍ରରେ ରଖାଯିବା ସମସ୍ତ ବ୍ୟବସ୍ଥା ହୋଇଚି।ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ହବିଶ୍ୟାଳି ଶିବିରକୁ ଉଦ୍ଘାଟନ କରିବେ। ତେବେ ହବିସ୍ୟାଳି ଶିବିରରେ ପହଂଚି ଛନ୍ତି କାର୍ତ୍ତିକ ବ୍ରତ ଧାରି। ତେବେ ଗୋଟିଏ ସ୍ଥାନରେ ରହି ମହାପ୍ରଭୁଙ୍କ ଦର୍ଶନ ସହ, ଦୈନିକ ମହାପ୍ରସାଦ ସେବନ, ପୂଜାପାଠ, ପ୍ରବଚନ, ସହ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିବାରୁ ହବିଶ୍ୟାଳୀ ମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଅ ଭଳି ସବୁ ଯତ୍ନ ନେଉଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଉଥିବା କହିଛନ୍ତି। ତେବେ ହବିସ୍ୟାଳିଙ୍କ ସମସ୍ତ ବ୍ୟବସ୍ଥା ସଠିକ୍ ଭାଗରେ ଓ ନିଷ୍ଠାର ସହ କରିବାକୁ ଶିବିର ଦାୟିତ୍ଵରେ ସବୁ କର୍ମଚାରି , ସ୍ଵେଚ୍ଛାସେବୀଙ୍କୁ ନିର୍ଦେଶ ଦେଇଛନ୍ତି ପୁରୀ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା। ହବିଷ୍ୟାଳୀ କାର୍ଯ୍ୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେବା ସହ ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି। ବୃନ୍ଦାବତୀ ନିବାସ ,ଅକ୍ଷୟ ପାତ୍ର ,ବଗଲା ଧର୍ମଶାଳା ,ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ହବିଷ୍ୟାଳୀ ମା ମାନଙ୍କର ରହଣିର ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମା ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରିଛି।ଏହାକୁ ସମ୍ମିଳିତ ଭାବେ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଦାୟିତ୍ଵ ନେଇଛି। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ, ନରେନ୍ଦ୍ର ରେ ସ୍ନାନ ବ୍ୟବସ୍ଥା, ସ୍ୱଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ସୁ ନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ। ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବାର ଆବଶ୍ୟକତା ଥିବାରୁ ବିଭାଗ ବିଭାଗର କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି।ତେଣୁ ଏହି କାର୍ଯ୍ୟକୁ ପାରସ୍ପରିକ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More