ଆଜି ଠାରୁ ଆରମ୍ଭ ହେଲା ବୌଦ୍ଧର ପ୍ରସିଦ୍ଧ ଶ୍ରୀ ରାମଲୀଳା ମହୋତ୍ସବ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : -ବୌଦ୍ଧ ସହର ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ଆରମ୍ଭ ହେଲା ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଯାତ୍ରା ମହୋତ୍ସବ । ୧୮ ଦିନ ଧରି ଚାଲିବାକୁ ଥିବା ଏହି ଶ୍ରୀରାମଲୀଳା ଯାତ୍ରା ମହୋତ୍ସବ ପାରମ୍ପରିକ ରିତିନିତିରେ ପୂଜା ଅର୍ଚନା, କଳସ ଶୋଭାଯାତ୍ରା ସହ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁ ମାନେ ପୂଜା ହୋମ କରିବା ପରେ ବ୍ରତଧାରଣ କରିଛନ୍ତି । ଆଜି ପ୍ରତ୍ୟୁଷରୁ ଶ୍ରୀରାମ ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଅଛି । ଭକ୍ତଙ୍କ ପ୍ରବଳ ଗହଳି ଯୋଗୁ ଦର୍ଶନରେ ଅନେକ ବିଳମ୍ବ ହେଉଅଛି । ମହାନଦୀର ହନୁମାନ ମନ୍ଦିର ଘାଟରୁ ପବିତ୍ର ଜଳ ସଂଗ୍ରହ କରି ଶହଶହ ମହିଳା ଓ ଭକ୍ତମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ମନ୍ଦିର ଠାରେ ପହଁଚିଥିଲେ । ମାରୁତି ମଣ୍ଡପ ଠାରେ କଳସ ସବୁ ସ୍ଥାପନା କରାଯିବା ପରେ ପୂଜା , ହୋମ ଯଜ୍ଞ ଆରମ୍ଭ ହୋଇଥିଲା । ଆଜି ଠାରୁ ପ୍ରତିଦିନ ସଂନ୍ଧ୍ୟାରେ ଭଜନ ସମାରୋହ, ଶ୍ରୀରାମଲୀଳା ପୁରାଣ ପ୍ରକାରେ ନାଟକ ସବୁ ମଂଚସ୍ଥ ହେବ । ଅନ୍ତିମ ଦିନରେ ରାବଣ ବଧ ଯାତ୍ରା ଅନୁଷ୍ଠିତ ହେବ । ଏହି ଅବସରରେ ମୀନାବଜାର , ୧୦ ଟି ରାବଣ ରଥ, ରାମ ରଥ ସହର ପରିକ୍ରମା କରିବ, ଆତସବାଜି ପ୍ରଦର୍ଶନ, ରାବଣ ଦହନ ଆଦି ଅନୁଷ୍ଠିତ ହେବ । ଶ୍ରୀରାମ ନବମୀ ବୌଦ୍ଧରେ ଏକ ଭାରଚାରାର ବାତାବରଣ ସୃଷ୍ଟି କରିଛି । ଆଜି ସହରର ସମସ୍ତ ଆମିଷ ଦୋକାନ , ମଦ ଦୋକାନ ବନ୍ଦ ରହିଛି । ନଗରପାଳ ତଥା ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର , ବରିଷ୍ଠ କର୍ମକର୍ତ୍ତା ଜୟନାରାୟଣ ମହାନ୍ତି, କାହ୍ନା ମହାପାତ୍ରଙ୍କ ସମତେ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More