କଟକ(ସଂଘର୍ଷ ମିଡିଆ ) : -ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ଆଜି କଟକ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବଡ଼ମ୍ବା ସ୍ଥିତ ମା ଭଟ୍ଟାରିକାଙ୍କ ପୀଠ ଖୋଲା ଯାଇଛି। ଆଜି ସକାଳୁ ସକାଳୁ ମାଙ୍କର ପୂଜା ନୀତି ଯେଉଁ ଭଳି। ଭାବରେ ପୂର୍ବରୁ ହୋଇଅସୁଥିଲା ସେହି ଭଳି କାର୍ଯ୍ୟ ସମାପନ ହୋଇଛି ।ଭକ୍ତ ମାନେ ମନ୍ଦିରକୁ ଆସୁ। ନ ଥିଲା ବେଳେ ଆଜି ମଧ୍ୟ ଭକ୍ତକୁ ଦେଖିବାକୁ ମିଳୁନାହିଁ ଏଠି ଜନସାଧାରଣ ମନେ ବହୁ ସଚେତନ ଅଛନ୍ତି ବୋଲି ପୂଜକ ସୂଚନ ଦେଇଛନ୍ତି । ଦୀର୍ଘଦିନ ଧରି କୋଭିଡ କଟକଣା ମଧ୍ୟରେ ମନ୍ଦିରରେ ୧୪୪ଧାରା ଲାଗୁ କରାଯାଇଥିଲା।ରାଜ୍ୟ ସରକାରଙ୍କ ନିଷ୍ପତ୍ତି କୁ ଆଜିଠୁ ପାଳନ କରି ସ୍ତାନୀୟ ତହସିଲଦାରଙ୍କ ତତ୍ୱାବଧାନ ରେ ମନ୍ଦିର ଟି ସର୍ବସାଧାରଣଙ୍କ ଉଧେସ୍ୟରେ ଖୋଲା ଯାଇଛି।କୋଭିଡ କଟକଣା ମଧ୍ୟରେ ମାସ୍କ ସାନିଟାଇଜ ବ୍ୟବହାର କରି ସର୍ବ ସାଧାରଣ ସାମାଜିକ ଦୂରତ୍ୱ ରକ୍ଷା କରି ମା ଭଟ୍ଟାରିକାଙ୍କୁ ଦର୍ଶନ କରିପାରିବେ।