ପୁରୀ(ସଂଘର୍ଷ ମିଡିଆ) : – ଆଜି ହେଉଚି କାର୍ତ୍ତିକ ଅମାବାସ୍ୟା ତିଥି। ଆଜି ଦିବସକୁ ହିନ୍ଦୁ ମାନେ ପୟା ଶ୍ରାଦ୍ଧ ଦିବସ ଭାବେ ପାଳନ କରିଥାନ୍ତି। ହିନ୍ଦୁ ଧର୍ମାବଲମ୍ବୀ ମାନେ ନିଜ ପିତୃପୁରୁଷଙ୍କ ମୁକ୍ତି ପାଇଁ ଶ୍ରାଦ୍ଧ ଦେବା ସହ କାଉଁରିଆ କାଠୀ ଜାଲି ସ୍ୱର୍ଗା ଲୋକ କୁ ଗମନ କରିବା ପାଇଁ ଆଲୋକ ଦେଖାଇ ରାସ୍ତା ଦେଖାଇ ଥାନ୍ତି। ଏହି ପବିତ୍ର ଦିବସ ଅବସର ରେ ଶ୍ରୀକ୍ଷେତ୍ର ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ସକାଳୁ ଲାଗି ରହିଛି। ବିଶ୍ୱାସ ରହିଛି ଶ୍ରୀକ୍ଷେତ୍ର ଆସି ଶ୍ରୀ ମନ୍ଦିର ସମ୍ମୁଖରେ କାଉଁରିଆ କାଠୀ ଜାଳି ବଡ ବାଡୁଆ ପାଳନ କଲେ ନିଜର ପିତୃ ପୁରୁଷ ମୁକ୍ତି ପାଇଥାନ୍ତି। ଏଥି ପାଇଁ ଶ୍ରୀ ମନ୍ଦିର ସିଂହ ଦ୍ୱାର ଆଜି ଲୋକାରଣ୍ୟ। ହଜାର ହଜାର ଲୋକ ଏକାଠି ହୋଇ କାଉଁରିଆ କାଠି ଜାଳି ନିଜ ପିତୃପୁରୁଷାଙ୍କ ଉଦ୍ଦେଶ୍ୟ ରେ ବଡ ବଡୁଆ ଡାକି ଛନ୍ତି। ସେହିପରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରିଛନ୍ତି। ପଣ୍ଡିତ ଲିଙ୍ଗରାଜ ଦାସ କହିଛନ୍ତି ଏହି ପ୍ରଥା ବହୁ ପ୍ରାଚୀନ। ଆମ ପୁର୍ବ ପୁରୁଷ ମାନେ ଏହି ପୟା ଶ୍ରାଦ୍ଧ କରିବା ସହ ଓ ବଡ ବଢ଼ୁଆ ଡାକୁଥିଲେ । ନିଜ ପିତୃପୁରୁଷ ଙ୍କ ମୁକ୍ତି ଏବଂ ତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଏହି ପ୍ରଥା ପ୍ରଚଳିତ। ଏଥି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ତେବେ ଆଧୁନିକ ସମାଜ ର ଦ୍ୱାହି ଦେଇ ଆମେ ନିଜର ପୁର୍ବ ପ୍ରଥା କୁ ନ ଭୁଲି ନିଜ ପୁର୍ବଜ ଙ୍କ ପାଇଁ ଏହି ପୟା ଶ୍ରାଦ୍ଧ କଲେ ଅଶେଷ କଲ୍ୟାଣ ହୋଇଥାଏ ବୋଲି ପଣ୍ଡିତ ଲିଙ୍ଗରାଜ ଦାସ କହିଛନ୍ତି। ସେପଟେ ଭକ୍ତ ଙ୍କ କହିବା କଥା ଏହା ଆମର ପରମ୍ପରା। ଏହାକୁ ଆମେ ପାଳନ କଲେ ଘର ପରିବାର ର ମଙ୍ଗଳ ସହ ଉନ୍ନତି ହୋଇଥାଏ। ପିତୃ ପକ୍ଷରେ ପୃଥିବୀ ପୁଷ୍ଠ କୁ ଆସିଥିବା ନିଜ ପୁର୍ବଜ ଙ୍କୁ କାଉଁରିଆ କାଠୀ ଜାଳି ଆଲୁଅରେ ନିଜର ସ୍ଵସ୍ଥାନ କୁ ପ୍ରସ୍ତାନ ଏବଂ ଆଶୀର୍ବାଦ ପାଇଁ ବଡ ବଡୁଆ ଡାକି ଥାଉ ବୋଲି ଶ୍ରୀକ୍ଷେତ୍ର ଆସିଥିବା ଭକ୍ତ ମତ ରଖିଛନ୍ତି।