ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ସୋମବାର ଠାରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆର୍ଟିସି)ର ବସ୍ ରାଜ୍ୟରେ ଚଳାଚଳ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ୬୬ ଟି ରୁଟରେ ୯୬ଟି ବସ୍ ଗଡିବ । ୯୬ଟି ବସ୍ ରାଜ୍ୟର ୨୨ ଟି ସହରରୁ ରାଜଧାନୀ ଭୁବନେଶ୍ଵରକୁ ଯୋଡିବ । ଏନେଇ ରାଜ୍ୟ ସଡକ ପରିବହନ ନିଗମ ସିଏମ୍ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।