ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍ ଆଜିଠାରୁ ଦୈନିକ ଯାତ୍ରା ଆରମ୍ଭ କରିବ। ବୁଧବାର ସକାଳ ୧୦ଟା ସମୟରେ ଏହି ଟ୍ରେନ୍ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଭୁବନେଶ୍ବର ରେଳ ଷ୍ଟେସନ୍ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଓଡ଼ିଶା ପରିସୀମା ମଧ୍ୟରେ ଏହି ଟ୍ରେନ୍ କେବଳ ବାଲେଶ୍ବରରେ ରହଣି କରିବ। ସମଗ୍ର ଦେଶରେ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର-ନୂଆଦିଳ୍ଲୀ ମଧ୍ୟରେ ଚଳାଚଳ କରିବ। ଏହି ସ୍ବତନ୍ତ୍ର ଟ୍ରେନ୍ ଭୁବନେଶ୍ବର ରେଳ ଷ୍ଟେସନ୍ର ପ୍ଲାଟଫର୍ମ ନଂ-୧ରୁ ଯାତ୍ରା ଆରମ୍ଭ କରିବ।