“ଆଜାଦୀ କି ଅମୃତ ମହୋତ୍ସବ” ପାଳନ ଅବସରରେ ପ୍ରତି ଭାରତୀୟଙ୍କ ଘରେ ଉଡିବ ତ୍ରୀରଙ୍ଗା

17

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ୨୦୨୨ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧିନତା ପାଇବାର ୭୫ବର୍ଷ ପୂରଣ କରିଛି। ମାତ୍ର ଏବେ “ଆଜାଦୀ କି ଅମୃତ ମହୋତ୍ସବ” ପାଳନ କରାଯାଉଛି। ଏହି ଅବସରରେ ପ୍ରତିଟି ଭାରତୀୟଙ୍କ ଘରେ ଉଡିବ ତ୍ରୀରଙ୍ଗା। ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଜରୀଆରେ ଅମୃତ ମହୋତ୍ସବକୁ ସ୍ୱାଗତ କରାଯିବ। ଏଣୁ ସ୍ୱାଧିନତା ଦିବସ ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନ ପକ୍ଷରୁ ନିଳାଦ୍ରୀ ବେଳାଭୂମିରେ ଗଢାଯାଇଛି ଏକ ଆକର୍ଷଣୀୟ ବାଲୁକାକୃତୀ। ଏଥିରେ “ହର୍ ଘର ତ୍ରୀରଙ୍ଗା”କୁ ନେଇ ଏକ ସୁନ୍ଦର ବାଲୁକାକଳା ପ୍ରଦର୍ଶନ କରାଯାଇଛି। ଅଗଷ୍ଟ ୧୩ତାରିଖରୁ ୧୫ତାରଖ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ତିନିଦିନ ଧରି ସାରା ଦେଶରେ “ହର୍ ଘର୍ ତ୍ରୀରଙ୍ଗା” ପାଳନ କରାଯାଉଥିବାରୁ ବାଲୁକାକୃତି ଜରୀଆରେ ବାର୍ତ୍ତା ଦିଆଯାଇଛି। ତେବେ ଏହି ବାଲୁକାକୃତୀରେ ପ୍ରତି ଭାରତୀୟଙ୍କ ଘରେ ତ୍ରୀରଙ୍ଗା ଉଡୁଥିବାର ଦୃଶ୍ୟ ପ୍ରଦର୍ଶିତ କରାଯାଇଛି। ଏଣୁ ଦେଶର ଘରେ ଘରେ ଜାତୀୟ ପତାକା ଉଡାଇ ହର୍ ଘର ତ୍ରୀରଙ୍ଗାକୁ ସଫଳ କରାଇବା ପାଇଁ ବାଲୁକାକୃତି ଜରୀଆରେ ଆହ୍ୱାନ ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More