ପୁରୀ(ସଂଘର୍ଷ ମିଡିଆ) : – ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ମହାରଣା ମାନେ ମୋଟ 18 ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପାନ କରିଛନ୍ତି। ତାଳଧ୍ଵଜ ରଥ ର 4 ଟି , ଦର୍ପ ଦଳନ ରଥର 8ଟି ଓ ନନ୍ଦିଘୋଷ ରଥର 6 ଟି ତୁମ୍ବ ଗୋଲେଇ କାର୍ଯ୍ଯ ଶେଷ ହୋଇଛି। ତିନି ରଥର ମୋଟ 42 ଟି ତୁମ୍ବ ପାଇଁ କରତୀ ସେବକ ମାନେ 32 ଟି ତୁମ୍ବ ଗଡ ଚିରଟ କରି ତିନି ରଥର ମହାରଣାଙ୍କୁ ଯୋଗାଇ ଦେଇଛନ୍ତି। ଏହି ତୁମ୍ବ ତିନି ରଥର ଚକ ନିର୍ମାଣ ରେ ବ୍ୟବହାର ହେବ। ଆଗାମୀ ଭଉଁରୀ ତିଥି ରେ 3 ଟି ଅଖ ଓ 6 ଟି ଚକ୍ ସଂଯୋଗର ବିଧି ଥିବାରୁ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି । ରଥ ଖଳାରେ ଭୋଇ, ମହାରଣା ଓ କରତୀ ସେବକ ମାନେ ସକାଳ 8 ଟାରୁ ରାତି 8 ଟା ଯାଏ କାର୍ଯ୍ୟରେ ଲାଗିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ସାଳରେ କମାର ସେବକ ମାନେ ଲୁହା ରଡରୁ କଣ୍ଟା ତିଆରି କରୁଛନ୍ତି। ଆଗାମୀ ଦିନରେ କାମ ବଢ଼ିଲେ ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ ଲାଗିଥିବା ସେବକ ମାନଂକ ସଂଖ୍ୟା ବୃଦ୍ଧି କରାଯିବ। ପ୍ରଥମେ ତୁମ୍ବ କାର୍ଯ୍ଯ ଶେଷ ପରେ ବିନ୍ଧ କାର୍ଯ୍ୟ ହେବ।
Get real time updates directly on you device, subscribe now.