ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ଚୂଡାନ୍ତ

36

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଛତିସା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ କୁ ଅନୁମୋଦନ କରାଯାଇଛି। ସୂଚନା ଅନୁଯାୟୀ 24 ତାରିଖରେ ସ୍ନାନଯାତ୍ରା ଦିନ ରାତି 1 ଟା ରେ ମଙ୍ଗଳାର୍ପଣ , ରାତି 1 ଟା ରୁ 4 ଟା ମଧ୍ୟରେ ପହଣ୍ଡି ଆରଂଭ ହେବ। ସକାଳ 7 ଟା 30 ରୁ 9 ଟା 30 ମଧ୍ୟରେ ରେ ଜଳ ଲାଗି ହେବ । 10 ଟା 30 ରେ ଛେରା ପହଁରା , 11 ଟା ରୁ 12 ଟା ମଧ୍ୟରେ ହାତିବେଶ , 5 ଟା ରୁ 8 ଟା ଭିତରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ। ସେହିପରି ରଥଯାତ୍ରା ଦିନ ସକାଳ 8 ଟା ରେ ରଥ ପ୍ରତିଷ୍ଠା , ପହଣ୍ଡି 8 ଟା 30 , ଛେରା ପହଁରା ଦିନ 2ଟା , ଦିନ 3 ଟା ରେ ରଥ ଟଣା ହେବ। ସେହିପରି ବାହୁଡା ଦିନ ଦିନ 12 ଟା ରୁ 2ଟା 30 ମଧ୍ୟରେ ପହଣ୍ଡି, 4 ଟା ରେ ରଥ ଟଣା ହେବ। ସେହିପରି ସୁନାବେଶ ଦିନ ଦିନ 4 ଟା ରୁ 5 ଟା 30 ମଧ୍ୟରେ ସୁନା ବେଶ , ରାତି 11 ଟା ରୁ 12 ଟା ମଧ୍ୟରେ ବେଶ ଉଲାଗି ହେବ। ସେହିପରି ନୀଳାଦ୍ରି ବିଜେ ଦିନ ଦିନ 4 ଟା ରେ ପହଣ୍ଡି ହେବ। ଚଳିତ ବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସଂଖ୍ୟକ ସେବକ ଏବଂ ନୀତି ସହିତ ସମ୍ପୃକ୍ତ ସେବକ ଙ୍କ rtpcr ଟେଷ୍ଟ ପରେ ସେବକମାନେ ନୀତି ରେ ଯୋଗ ଦେବା ନେଇ ନିସ୍ପତି ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More