ଆଗାମୀ ପୂଜା ପାଇଁ, ମହାନଗର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହିତ କମିଶନରେଟ ପୋଲିସର ବୈଠକ ଅନୁଷ୍ଠିତ

13

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କୋରୋନା ଭୟରେ ଏବେ ସାରା ବିଶ୍ୱ ଥରହର । ଏହାକୁ ଆଖିରେ ରଖି ରାଜ୍ୟ ସରକାର ସମସ୍ତ ଧର୍ମାନୁଷ୍ଟାନ ସହ ସମସ୍ତ ପର୍ବ ପର୍ବାଣିକୁ ଧୁମ ଧାମରେ ପାଳନ କରିବାକୁ ଅନୁରୋଧ କରିଛନ୍ତି । କଟକ ସହରରେ ଚଳିତ ବର୍ଷ କରୋନା ପାଇଁ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ଆୟୋଜନକୁ ପୋଲିସ ସମ୍ପୁର୍ଣ୍ଣ ବନ୍ଦ କରିଦେଇଛି। କେବଳ ଘରେ ମୂର୍ତ୍ତି ପୂଜାକୁ ଅନୁମତି ମିଳିଛି। ସେହିଭଳି ଦୂର୍ଗା ପୂଜା ଆୟୋଜନ ପାଇଁ କୈ।ଣସି ପ୍ରକାର ଅଗ୍ରିମ ନଦେବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି । ଗତକାଲି ମହାନଗର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହିତ କମିଶନରେଟ ପୋଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିଷ୍ପତ୍ତି ମୁତାବକ ପୂଜା କମିଟି ପକ୍ଷରୁ ଜଣେ ବ୍ରାହ୍ମଣ, ଜଣେ କର୍ତ୍ତା, ଏବଂ ଦୁଇ ଜଣ ପୂଜା କମିଟି ସଦସ୍ୟ ଗୋଟିଏ ଅଟୋରେ ବିନା ପ୍ରୋସେସନରେ ନଦୀ ପଠାରୁ ମାଟି ଉଠାଣ କରିବେ। ଆସନ୍ତା ୧୧ତାରିଖ ମଙ୍ଗଳବାର ଠାରୁ ବିଧୀ ଅନୁଯାୟୀ ମାଟି ଉଠାଣ କାର୍ୟ୍ୟକ୍ରମ ୫ଟି ପର୍ୟ୍ୟାୟରେ ଆରମ୍ଭ ହେଉଥିବାରୁ କମିଶନରେଟ ପୋଲିସର ଏହି ନିଷ୍ପତ୍ତି କଡାକଡି ଭାବେ ପାଳନ କରିବାକୁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୨ ତାରିଖରେ ଗଣେଶ ପୂଜା ପାଳନ ହେଉଥିବାରୁ ତା ପୂର୍ବରୁ କମିଶନରେଟ ପୋଲିସ ଆଉ ଏକ ବୈଠକ ଡାକିବାକୁ ଯୋଜନା କରୁଛି।ସେହି ବୈଠକ ରେ ଦୂର୍ଗା ମୂର୍ତ୍ତି ଗଢା ସଂପର୍କ ରେ ନିଷ୍ପତ୍ତି ନିଆଯିବ । ଗତକାଲିର ବୈଠକରେ ଡିସିପି ପ୍ରତୀକ ସିଂଙ୍କ ସମେତ ପୂର୍ବାଞ୍ଚଳ ଶାନ୍ତି କମିଟି ର ସଭାପତି ବିଜୟ କୁମାର ସାହୁ, ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ, ସମ୍ପାଦକ ଭିକାରୀ ଦାସ,ନୂଆବଜାର ପୂଜା କମିଟି ର ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏବେ ମାଟି ଉଠାଣ ପାଇଁ ଅନୁମତି ମିଳିବା ଅର୍ଥ ଦୂର୍ଗାପୂଜା ଆୟୋଜନର ଅନୁମତି ନୁହେଁ ପରବର୍ତ୍ତୀ ଆୟୋଜନ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More