କଟକ ( ସଂଘର୍ଷ ମିଡିଆ ) : ଆଖିବୁଜିଲା କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ କାଳିଆ। ଏସସିବି ମେଡିକାଲ୍ ରେ ଗତ କାଲି ରାତି ୯ ଟା ୧୦ ମିନିଟ୍ ସମୟରେ ଜଗା ହାତ ଛାଡି ଆରପାରିକୁ ଚାଲି ଯାଇଛି ଭାଇ କାଳିଆ।ଦୁଇ ଦିନ ହେବ କାଳିଆକୁ ଭେଣ୍ଟିଲେଟର୍ ରେ ଭର୍ତ୍ତି କରାଯାଇଥିଲା ବେଳେ ତାର ହାତ,ଗୋଡ଼ ଆଦି ଫୁଲି ଯାଇଥିଲା। ନିଶ୍ୱାସ ପ୍ରଶ୍ୱ।ସ ଠିକ୍ ରେ ଯାଉ ନ ଥିବାବେଳେ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଏପରିକି ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଦଳ ମଧ୍ୟ ଲାଗିଥିଲେ କାଳିଆକୁ ବଞ୍ଚାଇବା ପାଇଁ। ସତଚେଷ୍ଟା କରିଥିଲେ ହେଁ କାଳିଆକୁ ବଞ୍ଚାଇ ପାରି ନଥିଲେ ଡାକ୍ତରୀ ଟିମ୍। ତେବେ ସେଫ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିବା କହିଛନ୍ତି ଏସସିବି ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। କାଳିଆର ମୃତଦେହକୁ ତାଙ୍କ ଜନ୍ମମାଟିକୁ ନିଆଯିବ। ତେବେ ଏମ୍ସ ଆସିବା ଦିନରୁ ହିଁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁ ନଥିଲା। ଦିଲ୍ଲୀ ଏମ୍ସ ରୁ ଆଣି ଏସସିବି ରେ ୨୦୧୯ ସେପ୍ଟେମ୍ବର୭ ତାରିଖରେ ଜଗା କାଳିଆଙ୍କୁ ଭର୍ତ୍ତି କରାଯାଇଥିଲା। କାଳିଆ ଆସିବା ଦିନ ଠୁ ହିଁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟୀ ନ ଥିଲା। ବିଭିନ୍ନ ସମୟରେ ଭେଣ୍ଟିଲେଟର୍ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ଗଲା ଦୁଇ ଦିନ ହେଲା ଭେଣ୍ଟିଲେଟର୍ ରଖି ଚିକିତ୍ସା କରୁଥିଲେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍। କାଳିଆର ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ଲୋକ ଏସସିବି ମେଡିକାଲ୍ ରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର କୁ ସମବେଦନା ଜଣାଇଥିଲେ। ଜଗା ଓ କାଳିଆଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଏକ କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ ଥିଲେ। ହେଲେ ଶେଷରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲା ଯୋଡାମୁଣ୍ଡ ଶିଶୁ କାଳିଆ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।