ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉତ୍ସବ ମୁଖର ଆରଡିପୀଠ

16

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଆଜି ଶିବବିବାହ ପାଇଁ ଉତ୍ସବ ମୁଖର ଆରଡିଧାମ । ଏଥିପାଇଁ ବରପିତା ଓ କନ୍ଯାପିତାଙ୍କ ଘରେ ବନ୍ଧୁପରିଜନଙ୍କର ଭିଡ ଲାଗିଥିବା ବେଳେ ପୀଠରେ ଥିବା ସମସ୍ତଙ୍କ ଘରେ ଉଛୁଳି ପଡୁଛି ବନ୍ଧୁପରିଜନଙ୍କର କୋଳାହଳରେ। ବାବା ମାନବୀୟ ଲିଳା ଭାବେ ମାତା ପାର୍ବତୀଙ୍କ ହାତ ଧରିବେ ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ମହାସ୍ନାନ, ଘର୍ଷଣଲାଗି, କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ଯଭୋଗ କରାଯାଇଛି । ସକାଳ ୯ଟାରେ ଅନ୍ନନୀତି ପରେ ୧୦ଟାରେ ବାବାଙ୍କୁ ବରଣ କରିବା ପାଇଁ ପାର୍ବତୀ ଭାଇ ସାଜିଥିବା ପବନପୁତ୍ର ହନୁମାନ ବରଧରା ବେଶରେ ଗମନ କରିଥିଲେ। ଏହି ଶୋଭାଯାତ୍ରାରେ ଭଦ୍ରକ ତଥା ବାହାରୁ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବାଦ୍ଯ ଓ ନୃତ୍ଯଶିଳ୍ପି ଯୋଗ ଦେଇଥିଲେ। ତାହାସହ ଘଣ୍ଟବାଦ୍ଯ ଓ ସଂକିର୍ତ୍ତନ ମଣ୍ଡଳୀଙ୍କ ନୃତ୍ଯରେ ମୁଖରିତ ହୋଇ ଯାଇଥିଲା। ସଂଧ୍ଯାରେ ବରାନୁଗମନ ଶୋଭାଯାତ୍ରାରେ କଳାହାଣ୍ଡିର କଟାପା ସହ ଢେଙ୍କାନାଳର ଦୁଲଦୁଲି ବାଦ୍ଯ କଲିକତାର ମୟୁରଚୂଳିଆ ବାଦ୍ଯ , କେନ୍ଦୁଝରର କଳସ ନୃତ୍ଯଙ୍କ ସହ ପ୍ରାୟ ୩୫ପ୍ରକାର ପାରମ୍ପରିକ ବାଦ୍ଯ ସହ ନୃତ୍ଯଶିଳ୍ପି ଯୋଗେ ଦେବେ। ୫ଟାରେ ଦିଅଁ ମଙ୍ଗୁଳା ନୀତି ହେବ ଅନୁଷ୍ଠିତ ହେବ । ସଂଧ୍ୟା ୭ଟାରେ ବରଯାତ୍ରୀଙ୍କ ସହ ବରାନୁ ଗମନର କାର୍ଯ୍ୟକ୍ରମ ରହିଛି

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More