ଆଉ ୩ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଲା

11

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟର ଆଉ ୩ଟି ଜିଲାକୁ କରୋନା ଭୂତାଣୁ ଡେଇଁଛି। ବୁଧବାର ଏହି ୩ ଜିଲାରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ଦର୍ଶାଯାଥିବା ତଥ୍ୟ ଅନୁସାରେ, ୩ ନୂଆ ଆକ୍ରାନ୍ତ କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ା ଜିଲାର। ଫଳରେ ଏହି ୩ ଜିଲା ଏବେ କରୋନା ପ୍ରଭାବିତ ଜିଲା ମଧ୍ୟରେ ସାମିଲ ହେବା ସହିତ ମୋଟ ୧୪ ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More