ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ଓ ସ୍ଥାୟୀ ନିଯୁକ୍ତି ପାଇଁ ଦାବି

22

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ସାରା ରାଜ୍ୟରେ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ଓ ସ୍ଥାୟୀ ନିଯୁକ୍ତି ପାଇଁ ଆଜି ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି କର୍ମଚାରୀ ମାନେ। ସେହିପରି କଟକ ନରସିଂହପୁର ଓ ବଡମ୍ବାରେ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ କରିଛନ୍ତି ସମସ୍ତ ଆଉଟସୋର୍ସିଙ୍ଗ ବ୍ୟବସ୍ଥାରେ ଲିପ୍ତ ଥିବା ସମସ୍ତ କର୍ମଚାରୀ । ତେବେ ସରକାର ଶୀଘ୍ର ଆଉଟସୋର୍ସିଙ୍ଗ ଭଳି କୁଶ୍ଚିତ ବ୍ୟବସ୍ଥା ଉଛେଦ କରି ଦୀର୍ଘ ବର୍ଷଧରି ସନ୍ତୋଷ ଜନକ ସେବା ଯୋଗାଇ ଆସୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ବୋଲି ଦାବି କରିଛନ୍ତି। ସେଥିପାଇଁ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରି ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ସେହିପରି ଆସନ୍ତା ୬ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ନରସିଂହପୁରରୁ ପ୍ରଦୀପ ଦଳବେହେରାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More