ଆଇନ ମନ୍ତ୍ରୀଙ୍କୁ ସରକାରୀ ଓକିଲଙ୍କ ସୌଜନ୍ୟ ମୂଳକ ସାକ୍ଷାତ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ଆଜି ଓଡିଶା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉମରକୋଟ ଗସ୍ତ ସମୟ ରେ ଏଠାରେ ଥିବା ସରକାରୀ ଓକିଲ ମାନେ ମନ୍ତ୍ରୀ ସାରକାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ l ଏହି ସମୟ ରେ ଆଇନ ମନ୍ତ୍ରୀଙ୍କୁ ସରକାରୀ ଓକିଲଙ୍କ ମାସିକ ଭତ୍ତା ବୃଦ୍ଧି କରିବା ପାଇଁ ଦାବୀ ଜଣାଇଥିଲେ l ଏ ବିଷୟ ରେ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ l ସରକାରୀ ଓକିଲଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ ଆର୍ଥିକ ମଞ୍ଜୁରୀ ପାଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱୀକୃତି ପାଇଁ ପଠାଯାଇଛି l ଅତିଶୀଘ୍ର ଏହି ଦାବୀ ପୁରଣ ହେବାକୁ ଯାଉଛି ବୋଲି ମନ୍ତ୍ରୀ ସାରକା କହିଥିଲେ l ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ପ୍ରକାଶ ମାଝୀ, ଉଠା ଜଳସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ ପାଢ଼ୀ,ସରକାରୀ ଓକିଲ ଝାଡେଶ୍ବର ମହାନ୍ତି, ମନୋହର ମହାନ୍ତି, ପ୍ରଶାନ୍ତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More