ଆଇନଜୀବୀ ସ୍ୱପ୍ନା ଧଳଙ୍କ ଦେହାନ୍ତରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ଶୋକସଭା

255

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ପୂର୍ବତନ ପୋଲିସ ଇନିସ୍ପେକ୍ଟର ସ୍ବର୍ଗତ ଧରଣୀଧର ଧଳଙ୍କ ଅଲିଅଳି କନ୍ୟା ତଥା ଭଦ୍ରକ କୋର୍ଟର ଯୁବ ଆଇନଜୀବୀ ସ୍ଵପ୍ନା ଧଳଙ୍କ ଅକାଳ ବିୟୋଗରେ ଭଦ୍ରକ ଓକିଲ ସଙ୍ଘ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ୧୯୯୨ ମସିହାରେ ଓକିଲାତି ଆରମ୍ଭ କରି ନିରବଛିନ୍ନ ଭାବେ ଓକିଲାତି ପଶାରେ ସମର୍ପିତ କରି ଦେଇଥିଲେ । ବରିଷ୍ଠ ଅଧିବକ୍ତା ବସନ୍ତ ଦାସଙ୍କ ଘନିଷ୍ଠ ସହଯୋଗୀ ଥାଇ କିଛି ବର୍ଷ ତଳେ କର୍କଟ ରୋଗରେ ପୀଡିତ ଥାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିଲେ। ୨ ଦିନ ତଳେ ହଠାତ ଅସୁସ୍ଥ ହୋଇଯିବାରୁ ତାଙ୍କୁ କଟକ ନିଆଯାଇଥିଲା. ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତ କାଲି ରାତିରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା। ସେ ଜଣେ ମିଷ୍ଟ ଭାଷି,ସ୍ମିତାହାସ୍ୟ ସମ୍ପନ୍ନ , ମାର୍ଜିତ ବ୍ୟବହାର ଯୁକ୍ତ, ଅତ୍ୟନ୍ତ ଭଦ୍ର ମହିଳା ଥିଲେ। କୋର୍ଟରେ ସୁନ୍ଦର ଉପସ୍ଥାପନା ଶୈଳି ପାଇଁ ସମସ୍ତ ଓକିଲଙ୍କ ପ୍ରିୟ ହୋଇଥିଲେ । ଆଜି ତାଙ୍କ ମର ଶରୀର ଭଦ୍ରକ କୋର୍ଟ ପରିସରକୁ ଆସିବା ପରେ ଓକିଲ ସଙ୍ଘର ସଦସ୍ୟ ମାନେ ଶେଷ ଦର୍ଶନ କରି ଏକ ଶୋଭା ଯାତ୍ରାରେ ପୁରୁଣା କୋର୍ଟ ପରିସର, ଓକିଲ ସଦନକୁ ନେଇଥିଲେ. ପରେ ତାଙ୍କ ମରଶରୀରକୁ ସ୍ଵର୍ଗଦ୍ଵାର ନେଇଥିଲା । ତାଙ୍କ ଦେହାନ୍ତରେ ଓକିଲ ସଙ୍ଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ସଭାପତିତ୍ୱରେ ଏକ ଶୋକସଭା ଭଦ୍ରକ କୋର୍ଟ ଓକିଲ ସଦନରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More