ଆଇନଜୀବୀ ଦିବସ ପାଳିତ

17

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ୧୭୫ ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ମଧୁବାବୁ ପାର୍କ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତିରେ ଆଇନଜୀବୀ ମାନେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ଅନୁଷ୍ଠିତ ଆଇନଜୀବୀ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ ଅଭିଯୋଜନ ଲୋକାୟୁକ୍ତ ଓଡିଶା ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଜଯପୁର ଆଇନ ମହାବିଦ୍ୟାଳୟର ଅଧକ୍ଷ ଚିନ୍ତାମଣି ପଣ୍ଡା, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ଜଜ ତଥା ଏଡିଜେ ପ୍ରଣତୀ ସାହା, ଏଡିଜେ ଶିବ ପ୍ରସାଦ ମିଶ୍ର ଓ ନବରଙ୍ଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜନକ ରାଉତ, ରେଜିଷ୍ଟାର ସୁଶାନ୍ତ କୁମାର ଜେନା ଏବଂ ଜେ ଏମ ଏଫ ସି ଆର୍ଯ୍ୟବାଳା ତ୍ରିପାଠୀ ଯୋଗ ଦେଇଥିଲେ । ଉପ ସଭାପତି ଅତିଥି ମାନଙ୍କୁ ମଞ୍ଚକୁ ସ୍ଵାଗତ କରିଥିବାବେଳେ ମହିଳା ଆଇନଜୀବୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଯୁଗଳ ମ୍ୟୁଜିକ ଗ୍ରୁପ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିଥିମାନେ ମଧୁବାବୁଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ପ୍ରଦ୍ଵୀପ ପ୍ରଜ୍ଵଳନ କରିଥିଲେ । ସଂଘର ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ତପନ ସିଂ ସମ୍ପାଦକିୟ ବିବରଣୀ ପାଠ କରିଥିଲେ । ସଂଘର ୧୦ ଜଣ ବରିଷ୍ଠ ଆଇନଜୀବୀ ଉମାଶଙ୍କର ତ୍ରିପାଠୀ , ସଦନ ନାୟକ , ଝାଡେଶ୍ଵର ଖାଡାଙ୍ଗା, ଶ୍ୟାମ ପ୍ରସାଦ ଗନ୍ତାୟତ , ସୂର୍ଯ୍ୟ ନାରାୟଣ ତ୍ରିପାଠୀ ,ସି ଏଚ ବାବା ଯୁଗନ୍ଧର, କେ ଜି ପଟ୍ଟନାୟକ , ଦିଲ୍ଲୀପ ବେହେରା , ସୁଧାକର ପଟ୍ଟନାୟକ , ସୁରେଶ ନାୟକଙ୍କୁ ସଂଘ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧନା କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଆଇନଜୀବୀ ମାନଙ୍କୁ ନିଜ ପେଷା ସହ ସମାଜସେବା କାର୍ଯ୍ୟ କରିବାକୁ ଆଗଭର ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ମଧୁବାବୁଙ୍କ ସ୍ମୃତିଚାରଣ କରିବା ସହ ଆଇନଜୀବୀ ମାନେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ଏଡିଜେ ପ୍ରଣତୀ ସାହା ଆଇନ ଜୀବୀମାନଙ୍କ ଉପରେ ମହକିଲ ମାନଙ୍କ ପ୍ରଘାଢ ବିଶ୍ବାସ ରହିଥାଏ । ଆଇନଜୀବୀ ମାନଙ୍କୁ ସମାଜର ଟର୍ଚ ବିଅରର ବୋଲି ଅଭିହିତ କରିଥିଲେ । ଏଡିଜେ ଶିବ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କାହାଣୀ ମାଧ୍ୟମରେ ଉଦାହରଣ ଦେଇ ଆଇନଜୀବୀ ମାନେ ସମାଜର ଅସାଧାରଣ ବ୍ୟକ୍ତିତ୍ବ ଅଟନ୍ତି ବୋଲି କହିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡ ମିଶ୍ର ତାଙ୍କ ବକ୍ତବ୍ୟରେ ସମାଜର ନିଷ୍ପେସିତ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କ ଏବଂ ମହିଳା ମାନଙ୍କ ଅଧିକାର ସୁରକ୍ଷା ପାଇଁ ସାହାଯ୍ୟର ହାତ ବଢେଇବା ପାଇଁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ବରିଷ୍ଠ ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ ଓ ବରିଷ୍ଠ ଆଇନଜୀବୀ ଝାଡେଶ୍ଵର ଖାଡାଙ୍ଗା ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧକ୍ଷ ଅନିଲ ଦୀନବନ୍ଧୁ ମଞ୍ଚାସୀନ ହୋଇଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ସନ୍ଦୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ , ସତୀଶ ଚନ୍ଦ୍ର ନାୟକ, ତପନ ପାଣିଗ୍ରାହୀ, ଦିନେଶ କର୍କରା ସହଯୋଗ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅରବିନ୍ଦ ପଟ୍ଟନାୟକ, ବି ବି ପଟ୍ଟନାୟକ , ଲକ୍ଷ୍ମୀ କାନ୍ତ ମିଶ୍ର, ଉମା ଶଙ୍କର ତ୍ରିପାଠୀ, ପ୍ରସନ୍ନ ପଟ୍ଟନାୟକ, ସଦାଶିବ ସାହୁ , ଆଶିଷ ପଟ୍ଟନାୟକ, ରୁଷି ମଲ୍ଲିକ , ଗଜେନ୍ଦ୍ର ଦାଶ , ମୁରଲି ପଟ୍ଟନାୟକ, ତ୍ରିନାଥ ମାଝି , ପ୍ରଫୁଲ୍ଲ ସିଂ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ସଚ୍ଚି ନନ୍ଦନ ସ୍ଵାଇଁ, ସନ୍ତୋଷ ମିଶ୍ର, ରାମ ପ୍ରସାଦ ପାତ୍ର, ସମରେଶ ଗନ୍ତାୟତ , ଦେବୀ ପ୍ରସାଦ ସିଂ , ପୁରୁଷତ୍ତମ ସାମନ୍ତ, ବାଲାଜୀ ମିଶ୍ର ,ସୁଦର୍ଶନ ପାତ୍ର , ସନ୍ତୋଷ ନାୟକ ,ଭାସ୍କର ମାଝି , ଗୋପାଳ ନାୟକ, ସୁବୋଧ ବେନିଆ,ଉପେନ୍ଦ୍ର ବିଶୋଈ, ପ୍ରଦୀପ ଦାଶ , ସିମାଞ୍ଚଳ ପାତ୍ର,ଗୋପାଳ ଶତପଥୀ, ଶ୍ରୀନିବାସ ପାତ୍ର , ସିରାଜ ଅହମ୍ମଦ , ଅମିତାଭ ତ୍ରିପାଠୀ , ସିମାଞ୍ଚଳ ପାଢୀ ,ସରୋଜ ବେହେରା , ଇମରାନ ସରିଫ, ଶ୍ରୀକାନ୍ତ ପଣ୍ଡା , ବାବୁଲି ବାଘ , ପବିତ୍ର ଗରଡା,ଅର୍ଜୁନ ବିଶୋଈ, ସୁକାନ୍ତ ଶତପଥି , ସୁରୋଜ ନାୟକ , କିଶୋ ନାଗ, ସଞ୍ଜୟ ସୁନା, ପରି ସାହୁ, ବିଜୟ ଯାଦବ , କୁଞ୍ଜ ବିହାରୀ ଦାଶ, ତାରିଣୀ ନାୟକ , ବାଙ୍କ ବିହାରୀ ବିଶୋୟୀ, ଗୋପାଳ ପାଣିଗ୍ରାହୀ, ମୁନା ମାଝି , ସଂଜୀବ ଭକ୍ତ , କିଶୋର ପଟ୍ଟନାୟକ , ମିନାକ୍ଷୀ ପାଢୀ, ସୁରଭି ତ୍ରିପାଠୀ , କିଶୋରୀ ପଟ୍ଟନାୟକ, ସଲମା ବାନୁ, ପଙ୍କଜିନୀ ତ୍ରିପାଠୀ, ଶର୍ମୀଷ୍ଟା ରଥ, ପ୍ରୀତି ଚୌଧୁରି, ଅଜିତା ଦାଶ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More