ଆଇଟିଆଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ, ରାଗିଙ୍ଗର ଅଭିଯୋଗ ଆଣିଲେ ପରିବାର

18

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ତିହିଡିରେ ଥିବା ଏକ ଘରୋଇ ଆଇଟିଆଇରେ ପାଠ ପଢ଼ୁଥିବା ଛାତ୍ର ବିଷ ପିଇ ଦେଇଛନ୍ତି । ଏବେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଗତକାଲି ସେ ଆଇଟିଆଇରୁ ଫେରିବା ପରେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବିଷ ପିଇଥିବା ଛାତ୍ରଙ୍କ ନାମ ଆଶୁତୋଷ ମଲ୍ଲିକ । ସେ ଭଦ୍ରକ ତିହିଡିର ନନ୍ଦପୁରର ବାସିନ୍ଦା । ତିହିଡିରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ସେ ଆଇଟିଆଇର ପ୍ରଥମ ବର୍ଷର ଛାତ୍ର। ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜରେ ରାଗିଂ ହେବା ପରେ ସେ ଏଭଳି ଚରମ ପନ୍ଥା ଆପଣାଇଥାଇ ପାରନ୍ତି ବୋଲି ଛାତ୍ରଙ୍କ ଭାଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ମୋ ଭାଇ ଘରୋଇ ଆଇଟିଆଇରେ ପାଠ ପଢ଼ୁଥିଲା। କିଛି ଛାତ୍ର ତାଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଘରେ କାହାକୁ ନ ଜଣାଇ ସେ ବିଷ ପିଇ ଦେଇଥିଲେ ବୋଲି ଛାତ୍ରଙ୍କ ଭାଇ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଛାତ୍ରଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେ ଏଯାଏ ଚେତା ଫେରିନଥିବା ଜଣାପଡ଼ିଛି । ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଶୁତୋଷଙ୍କ ଘରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ କରିଛି ପୋଲିସ। ଏବେ ଆଶୁତୋଷଙ୍କ ସହପାଠୀଙ୍କୁ ପୋଲିସ ପଚରା ଉଚରା କରିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More