ଆଇଆରସିଟିସି ପକ୍ଷରୁ ପ୍ରଥମ କରି ଭାରତ ଗୌରବ ସ୍ପେଶାଲ ଟୁରିଷ୍ଟ ଟ୍ରେନ୍ ଚଳା ଚଳ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

16

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ପଶ୍ଚିମବଙ୍ଗର କୋଲକତା ଠାରୁ ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରୁ ବାହାରିବାର କାର୍ଯ୍ଯକ୍ରମ ରହିଛି ବୋଲି ରାଉରକେଲା ରେଳ ଷ୍ଟେସନର ଫୁଡ୍ ପ୍ଲାଜା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଭାରତ ଗୌରବ ହେଉଛି ଭାରତ ସରକାରଙ୍କ ପ୍ରଥମ ଟୁରିଜିମ୍ ସ୍ପେସାଲ ଟ୍ରେନ୍ ଯାହାକି “ଏକ ଭାରତ ଶ୍ରେଷ୍ଠ ଭାରତ” ଏବଂ “ଦେଖୋ ଆପନା ଦେଶ୍”ର ପରିଚୟ ବହନ କରୁଛି। ଏହି ସ୍ପେଶାଲ ଟୁରିଷ୍ଟ ଟ୍ରେନ୍ 15ଟି ତୀର୍ଥସ୍ଥାନ ତୀର୍ଥଯାତ୍ରୀଙ୍କୁ ନେଇ ପରିଭ୍ରମଣ କରିବ। ଏହି ସମସ୍ତ ସ୍ଥାନ ପରିଭ୍ରମଣ ପାଇଁ ଆଇଆରସିଟିସି ପକ୍ଷରୁ ତିନି ଶ୍ରେଣୀର ପ୍ଯାକେଜ୍ ଧାର୍ଯ୍ୟ କରାଯାଇଛି। ଇକୋନୋମି ବା (ସ୍ଲିପରଶ୍ରେଣୀ)ରେ ୫୮୦ଟି ସିଟ୍ ପାଇଁ ତୀର୍ଥ ଯାତ୍ରୀ ପିଛା ୧୭,୭୦୦ଟଙ୍କା, ଷ୍ଟାଣ୍ଡାର୍ଡ କ୍ଲାସ୍ ବା (୩ ଏ.ସି ଶ୍ରେଣୀ)ରେ ୭୦ ସିଟ୍ ପାଇଁ ତୀର୍ଥ ଯାତ୍ରୀ ପିଛା ୨୭,୪୦୦ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ କମ୍ଫୋର୍ଟ କ୍ଲାସ ବା (୩ ଏ.ସି.) ଶ୍ରେଣୀର ୧୪୦ ସିଟ୍ ପାଇଁ ତୀର୍ଥ ଯାତ୍ରୀ ପିଛା ୩୦,୩୦୦ଟଙ୍କା ଧାର୍ଯ୍ୟ କରାଯାଇଥିବା ବିଷୟରେ ପ୍ରକାଶ କରାଯାଇଛି। ସେହିପରି ତୀର୍ଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ରହଣୀ ବ୍ଯବସ୍ଥା ଇକୋନୋମି କ୍ଲାସରେ ନନ୍ ଏ.ସି. ହୋଟେଲ ଏବଂ ଷ୍ଟାଣ୍ଡାର୍ଡ ଓ କମ୍ଫୋର୍ଟ କ୍ଲାସରେ ଏ.ସି. ହୋଟେଲର ବ୍ଯବସ୍ଥା କରାଯାଇଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ ଟୁରିଜିମର ଉନ୍ନତିକରଣ ପାଇଁ ଶତକଡା ୩୩ ରିହାତି ବ୍ଯବସ୍ଥା, ଭାରତ ଗୌରବ ଟ୍ରେନ୍ ଯାତ୍ରାରେ ପ୍ରଦାନ କରାଯାଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ରାଯାଇଛି। ବିଶେଷ ଅନୁସନ୍ଧାନ ପାଇଁ ହେଲପ୍ ଲାଇନ ନମ୍ବର- ୮୫୯୫୯୦୪୦୮୨ ଓ ୮୫୯୫୯୦୪୦୭୭ରେ ଯୋଗାଯୋଗ କରିବାକୁ ଆଇଆରସିଟିସିର ଯୁଗ୍ମ ସାଧାରଣ ପ୍ରବନ୍ଧକ ରାଜେନ୍ଦ୍ର ବର୍ଦ୍ଧନ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More