ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

18

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଉଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ 15 ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଛି।ଏହି କ୍ରମରେ ଅହିଂସା ରଥ ସହରର ଫରେଷ୍ଟ ଗେଟ ନିକଟରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ଜୟ ରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ,ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ଏକ ବିରାଟ ତ୍ରିରଙ୍ଗା ଶୋଭା ଯାତ୍ରା କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭା ଯାତ୍ରା କୁ ଛାତ୍ର ଛାତ୍ରୀ ମାନେ ଧରି ଫରେଷ୍ଟ ଗେଟ ଠାରୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲେ।ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ,ସ୍କୁଲ କଲେଜ ଛାତ୍ର ଛାତ୍ରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱଚ୍ଛ ସାଥୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ,ଏନ. ସି .ସି ସ୍କାଉଟ ଛାତ୍ର ଛାତ୍ରୀ,ଆଶା କର୍ମୀ, ଜନ ସାଧାରଣ, ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ କରିବା ସହ ଫରେଷ୍ଟ ଗେଟ ଠାରୁ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଜାତୀୟ ପତାକା ଧରି ବନ୍ଦେ ମାତରମ ଓ ଭାରତ ମାତା କି ଜୟ କହି ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲେ। ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ହୋଇ ଥିଲା।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜୀ. ତିରୁପତି ରାଓ,ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପାରଳା ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ,ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ପ୍ରମୁଖ ମଞ୍ଚା ସିନ ଥିଲେ। ଅତିଥି ମାନେ ସ୍ୱାଧୀନତାର ଅମୃତ ମହୋତ୍ସବରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ କରିବା ସହ ପାରଳା ମାଟିର ଐତିହ କଳା ସଂସ୍କୃତି ଓ ବୀର ପୁରୁଷ ଓ ସଂଗ୍ରାମୀ ମାନଙ୍କ ବିଷୟରେ ନିଜର ମତ ରଖିଥିଲେ।ପରେ ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମରେ ପୌର ପରିଷଦର କର୍ମଚାରୀମାନେ ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More