ଅସୁରକ୍ଷିତ ବନ୍ୟଜନ୍ତୁ

23

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲାରେ ପ୍ରାକୁତିକ ଜଙ୍ଗଲ ଭର ପୁର ଥିଲା । ଜଙ୍ଗଲରେ ହାତୀ, ବାରହା, କୁଟୁରା, ସମ୍ବର, ଭାଲୁ, ହରିଣ, ବାଘ, ସିଂହ ରହୁଥିଲେ ଲୋକ ସଂଖ୍ୟା କମ ଥିବା ବେଳେ ଜଙ୍ଗଲ ସଂଖ୍ୟା ବହୁତ ଥିଲା । ବର୍ତ୍ତମାନ ହୁତୁ ହୁତୁ ଜନସଂଖ୍ୟା ବଢୁଛି l ଚାଷ ଜମି ଅଧିକ ଥିବା ବେଳେ ଲୋକ ସଂଖ୍ୟା କମ ଥିଲା ଯାହାକି ଜଙ୍ଗଲ ଅଧିକ ଥିଲା ଏବେ ଜନସଂଖ୍ୟା ଏତେ ଦ୍ରୁତ ଗତିରେ ବଢିଲା ଯେ ଜଙ୍ଗଲକୁ କାଟି କୁଟି ପଦା ଧାନ ଚାଷ ବଦଳରେ ଲୋକମାନେ ପ୍ରକୁତିକ ଜଙ୍ଗଲକୁ ନଷ୍ଟ କରି କେବଳ ସବୁଜ ଚାଷ କରୁଛନ୍ତି l ଯେଉଁ ସ୍ଥାନରେ ହାତୀ ତାର ଖାଦ୍ୟ ଖୋଜି ଖାଇବା କଥା ସେଠାରେ ସବୁଜ ଚାଷ, ଯେଉଁଠି ହାତ ରହିବା ସ୍ଥାନରେ ବର୍ତ୍ତମାନ ମଣିଷ ବାସ କରୁଛି l ମଣିଷ ଖୋଲା ସ୍ଥାନରେ, ଜଙ୍ଗଲରେ ରହି ପାରୁଛି ରହି ପାରିବ ତାହା ବୋଲି ହାତୀର ସାଥି ହେଉଛି ଜଙ୍ଗଲ ତାର ଖାଦ୍ୟ ହିଁ ଜଙ୍ଗଲରେ ମିଳେ ଯଦି ମଣିଷ ବାଭୁଛି ମୁଁ ମାନବ ନୁହେଁ ମୁଁ ହେଉଛି ବଣ ମଣିଷ ମୁଁ ଜଙ୍ଗଲରେ ରହିବି ତେବେ ଜଙ୍ଗଲର ହାତୀ କେଉଁଠି ରହିବ ସେ ବାଧ୍ୟ ହୋଇ ଲୋକ ଲଜ୍ୟା ସହୀନ ପାରି ଗାଁ ଗାଁରେ ଆସି ରହୁଛି ମଣିଷ ଯେମିତି ତାର ଜଙ୍ଗଲlର ଖାଦ୍ୟକୁ କାଟି କୁଟି ନଷ୍ଟ କରୁଛି ହାତୀ ମଧ୍ଯ ଲୋକଙ୍କ ଧାନ ଜମିକୁ ଧଷେଇ ପଶି ନଷ୍ଟ କରୁଛି l ଗଞ୍ଜେଇ ମାଫିଆ ମାନେ ଜଙ୍ଗଲ ସଫା କଲେ ହାତୀଙ୍କୁ ମାରୀ ହାତ ଦାନ୍ତ ନେଲେ ହାତୀଙ୍କୁ ମାରିବା ପାଇଁ ଶିକାରୀ ଜଙ୍ଗଲରର ବନ୍ଧୁକ ଧରି ବୁଲିଲା ତେବେ ହାତୀ ନିଜ ଜୀବନ ସାଙ୍ଗକୁ ତାର ପରିବାରର ଜୀବନ ବନଯାଇବା ପାଇଁ ଗାଁ ମୁହାଁ ହେଉଛି l ହାତୀ ଯଦି ତାର ପ୍ରାକୁତିକ ଜଙ୍ଗଲକୁ ଫେରି ପାଇବ ତେବେ ସେ ଗାଁକୁ ଆସି ଲୋକଙ୍କ ଧାନ ଜମି କେବେ ନଷ୍ଟ କରିବ ନାହିଁ l ସେ ମଣିଷ ପରି ବେମାନୀ କରେ ନାହିଁ ହାତୀ ଗୋଟେ ସରଳ ଜୀବ , ଶାନ୍ତ ସରଳ ଓ ଜ୍ଞାନୀ ଯଦି ସରଳ ହୋଇନ ଥାନ୍ତା ତା ଦେହ ଉପରେ ମଣିଷ ବସି ଗାଁ ଗାଁ କୁ ନେଇ ଧାନ ଚାଉଳ ମାଗି ମଣିଷ ତାର ପେଟ ପୋଷୁ ନଥାନ୍ତା l ହାତୀ କେବେ ଲୋକଙ୍କ ଚାଷ ଜମିକୁ ନଷ୍ଟ କରିବା ପାଇଁ ଚାହେଁ ନାହିଁ କି ଚାହୁଁ ନାହିଁ ପରିସ୍ଥିତିରେ ପଡ଼ି ଖାଦ୍ୟାଭାବ ଯୋଗୁଁ ଧାନ କିଆରୀକୁ ଆସି ଧାନ ଖାଉଛି l ଗଞ୍ଜେଇ ମାଫିଆ ମାନଙ୍କ ପାଇଁ ହାତୀ ଆଜି ତାର ଜଙ୍ଗଲର ରାଜ ଉଆସ ଛାଡି ଗାଁକୁ ଆସୁଛି ମଣିଷ ଯଦି ଭାବି ପାରୁ ନାହିଁ ଯେ ହାତୀର ସୁନାର ଜଙ୍ଗଲ ତାର ବାସ ସ୍ଥାନକୁ ମୁଁ ଯଦି ନଷ୍ଟ କରିବି ହାତୀ ରହିବ କେଉଁଠି ସେ ନିଶ୍ଚିଭାବେ ଆମର ଚାଷ ଜମିକୁ ନଷ୍ଟ ହିଁ କରିବ ଏଣୁ ଗଞ୍ଜେଇ ମାଫିଆ ମାନଙ୍କୁ ପ୍ରଥମେ ଦମନ କରାଯାଉ l ନଷ୍ଟ କରାଯାଇଥିବା ଜଙ୍ଗଲକୁ ପୁନର୍ବାର ନୂତନ ଜଙ୍ଗଲ ସୃଷ୍ଟି କରାଯାଉ ଦେଖିବେ ହାତୀ କେବେ ହେଲେ ଜଙ୍ଗଲ ରୁ ଆସିବେନି କି ଲୋକଙ୍କ ଧାନ କିଆରି ନଷ୍ଟ କରିବେ ନାହିଁ l ବୌଦ୍ଧ ଜିଲ୍ଲାର ଅବକାରୀ ବିଭାଗ, ପୋଲିସ ଓ ବନ ବିଭାଗ ଗଞ୍ଜେଇ ଚାଷ କୁ ପରୋକ୍ଷ ଭାବରେ ପ୍ରୋତ୍ସାହିତ କରୁ ଥିବା ଆଲୋଚନା ହେଉଛି l ନାମକୁ ମାତ୍ର ଚଢ଼ାଉ କରାଯାଉଛି l କଣ୍ଟାମାଳ ବନାଞ୍ଚଳ ଅଧିକାରୀଙ୍କ ମାତା କୁପା ଡ଼ୁମାଲ ପାଖାଲ, କାଣୀ ସିମିଲି, ଲବାର କାନି, ଉତୁର୍ଲା, ଗଦ ଗଦି ପଡ଼ା,ଖଲିଆ ପାଲି, ବୁଢାଖୋଲ, ଡୁଙ୍ଗୁରି ପଡ଼ା, କନ୍ଧପଡ଼ା, ମାତାକୁପା, କୁମେଲବନ୍ଧ, ଲେନ୍ଦରୀମାଲ ଆଦି ଗ୍ରାମ ମାନଙ୍କରେ ପାଖ ଗ୍ରାମ୍ୟ ଜଙ୍ଗଲ ରିଝବ ଜଙ୍ଗଲକୁ ଜିଲ୍ଲା ବାହାର ଲୋକ ମାନେ ଆସି ଜଙ୍ଗଲକୁ କାଟି କୁଟି ପଦା କରି କେବଳ ସବୁଜ ଧାନ ଚାଷ ଶହ ଶହ ହଜାର ପରିମିତ ଅଞ୍ଚଳରେ ଗଞ୍ଜେଇ ଚାଷ ବିଗତ ବର୍ଷ ମାନଙ୍କରେ ଚାଷ କରିଥିବା ବେଳେ ବର୍ଷ ମଧ୍ଯ ବ୍ୟାପକ ଗଞ୍ଜେଇ ଚାଷ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ l ତା ସହିତ ଗଞ୍ଜେଇ ଚାଷ ବଡ଼ ବଡ଼ ମାଫିଆ ମାନେ ଚାଷ କରୁଥିବା ବେଳେ ଗ୍ରାମର ନିରୀହ ଗରିବ ଶ୍ରେଣୀର ଜନସାଧାରଣଙ୍କୁ ଗଞ୍ଜେଇ କିଆରି ର ଯତ୍ନ ଭାର ଦେଇ କିଛି ଖାଇବା ଖର୍ଚ୍ଚ ଦେଇ ମାଫିଆ ମାଲେ ମାଲ ହେଉଥିବା ବେଳେ ନିରୀହ ଲୋକଙ୍କୁ ଧରାଯାଉଛି କିନ୍ତୁ ଗଞ୍ଜେଇ ମାଫିଆ ଯେକି ଚାଷରେ ହଜାର ଲକ୍ଷ ଲକ୍ଷ ଟଙ୍କା ଖଟାଉଛି ଓ କୋଟି ପତି ହେଉଛି ସେହି ମାଫିଆଙ୍କୁ ପୁଲିସ, ଜଙ୍ଗଲ ବିଭାଗ ଓ ଅବକାରୀ ବିଭାଗ ଧରି ପାରୁ ନାହିଁ ଏହାର ପଛର କାରଣ କଣ ଜନସାଧାରଣ ହିଁ ବିଚାର କରିବେ l ରିପୋର୍ଟ,ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More