ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ୪୦ ଲକ୍ଷ ଟଙ୍କାରେ ନିର୍ମିତ ପର୍ଯ୍ୟଟନ କୋଠା

42

Get real time updates directly on you device, subscribe now.


କଳାହାଣ୍ଡି (ସଂଘର୍ଷ ମିଡିଆ ) – ପର୍ଯ୍ୟଟନ କ୍ଷେତ୍ର ଓ ଏହାର ପାରିପାର୍ଶ୍ବିକ ବିକାଶ ଉପରେ ଗୁରୁତ୍ୱ ଦେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏସବୁର ତତ୍ତ୍ୱାବଧାନରେ ଅବହେଳା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି କଳାହାଣ୍ଡି ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳ ଓ ପର୍ଯ୍ୟଟନ ପ୍ରକଳ୍ପ । ଏଭଳି ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି,ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ଠାରେ । ପ୍ରକୃତିର ବଣ ପାହାଡ଼ ଘେରା ଏହି ଅଞ୍ଚଳରେ ଭରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସମ୍ଭାରର ଉପହାର । ଏଠାକୁ ଦୂର-ଦୁରାନ୍ତରରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । କିନ୍ତୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ନିମନ୍ତେ କୌଣସି ବ୍ୟବସ୍ଥା ନଥିଲା । ଏହାକୁ ଆଖି ଆଗରେ ରଖି ୧୯୯୫ ମସିହାରେ ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଭୁପିନ୍ଦର ସିଂ ସରକାରଙ୍କ ଅନୁଦାନରୁ ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଏକ ପର୍ଯ୍ୟଟନ ପ୍ରକଳ୍ପର କୋଠା ନିର୍ମାଣ କରାଯାଇଥିଲା । ଏହାର ଶୁଭ ଉଦ୍ଘାଟନ ହୋଇ ଆଜକୁ ୨୫/୨୬ ବର୍ଷ ବିଟିଯାଇଛି । ହେଲେ ପରିତାପର ବିଷୟ ଏହି କି ଯେ :- ୨୫ ବର୍ଷ ମଧ୍ୟରେ କେତ ଶାସନ ଗଲାଣି , କେତେ ମନ୍ତ୍ରୀ , କେତେ ବିଧାୟକ ଓ କେତେ ସାଂସଦ ମଧ୍ୟ ଗଲେଣି , ସେମାନଙ୍କ ବିକାଶର ପ୍ରତିଶ୍ରୁତି ଦେଇ । ହେଲେ କାହାରି ମଧ୍ୟ ଏହି ପ୍ରକଳ୍ପ ଉପରେ ନଜର ଆସୁନି । ଏହା ଯେଉଁ ଉଦେଶ୍ୟ ନେଇ ନିର୍ମାଣ କରାଯାଇଥିଲା ତାହା ସେହି କାମରେ ଆସିପାରିଲା ନାହିଁ । ଶେଷରେ ଏହି କୋଠା ଆଜି ମଦୁଆ ଓ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ତେଣୁ ଅଞ୍ଚଳବାସୀ ସଂପୃକ୍ତ ବିଭାଗକୁ ଘୋର ନିନ୍ଦା କରିବା ସହିତ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜନ-ସାଧାରଣରେ ଦାବୀ ହେଉଛି । ତେବେ ଆମ ଖବର ପ୍ରସାରଣ ପରେ ସରକାର ଏଥିପ୍ରତି ଦୃଷ୍ଟି ଦେବେ ନା’ କୁମ୍ଭକର୍ଣ୍ଣ ନିଦ୍ରାରେ ଶୟନ କରିବେ, ତାହା ଏବେ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More