ଅସହ୍ୟ ତାତିରେ ଥରୁଛି ସାରା ରାଜ୍ୟ

9

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ଦିନକୁ ଦିନ ସାରା ରାଜ୍ୟରେ ତାତି ବଢ଼ିବାକୁ ଲାଗିଛି ।ଆଉ ଆଜି ସକାଳୁ ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଲାଣି । ତାତି ଏତେ ବଢୁଛି ଯେ ଜନ ଜୀବନକୁ ପୁରା ଅସ୍ତବ୍ୟସ୍ତ କରିଦେଲାଣି । ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢ଼େ ୮ଟା ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି ବୋଲି ଜଣାପଡିଛି । ରାଜଧାନୀ ଭୁବନେଶ୍ଵର ସମେତ ୮ଟି ସହରର ତାପମାତ୍ରା ପ୍ରାୟେ ୩୦ ଡିଗ୍ରି ଉପରେ ରହିଛି । ସେହିପରି ପାରାଦୀପ, ପୁରୀ ଓ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ରହିଥିବା ବେଳେ ବାଲେଶ୍ୱରରେ ୩୧. ୮, ଚାନ୍ଦାବାଲିରେ ୩୧.୬, ଝାରସୁଗୁଡ଼ାରେ ୩୦.୮, ହୀରାକୁଦରେ ୩୦.୨ ଡିଗ୍ରି ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ଓ ରାଉରକେଲାରେ ତାପମାତ୍ରା ୩୦ ଏବଂ ଗୋପାଳପୁରରେ ୨୯.୮ ଡିଗ୍ରି ରେକର୍ଡ କରାଯାଇଛି । ଆଜି ଠାରୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରି ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏପଟେ ଅସହ୍ୟ ତାତି ଜନ ଜୀବନ କୁ ପୁରା ଅସ୍ତବ୍ୟସ୍ତ କରିଦେଇଛି । ତାତି ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଜଳ ଛତ୍ର ଖୋଲାଯାଇଛି । ଏମିତି ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More