ଅସହାୟ ମହିଳାଙ୍କ କରୁଣ କାହାଣୀ

15

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଆଳି ବ୍ଲକ ଅନ୍ତର୍ଗତ ମେଣ୍ଡପୁର ପଞ୍ଚାୟତର ଆଳକଣା ଗ୍ରାମର ରାଣୀ ମଳିକଙ୍କ ଦୁଃଖ କହିଲେ ନସରେ ରାଣିମାଙ୍କ ପୁତ୍ର ନଥିବା ବେଳେ ସ୍ଵାମୀ ଆରପାରିକୁ ଚାଲିଯିବା ପରେ ବିଧବା ରାଣୀ ମାଆଙ୍କ ଦୁଃଖ ବଢିଯାଇଛି। ଏପଟେ ଲଗାଣ ବର୍ଷା ଯୋଗୁଁ ଝାଟିମାଟି ଘର ଭାଙ୍ଗି ଯାଇଥିବା ବେଳେ ରାଣୀଙ୍କୁ ବିଧବା କି ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳୁନାହିଁ। ଏ ବିଷୟରେ ମେଣ୍ଡପୁର ସରପଞ୍ଚଙ୍କୁ ଭେଟି ଦୁଃଖ ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସରକାରଙ୍କ ଯୋଜନାମାନ ସ୍ଥାନୀୟ ସରପଞ୍ଚଙ୍କ ଦୂରା ପ୍ରକୃତ ହିତାଧିକାରୀ ପାଇବାରୁ ବଞ୍ଚିତ ହେଉଥିବା ବେଳେ ସରପଞ୍ଚ କେବଳ ରାସ୍ତା ଘାଟ କାର୍ଯ୍ୟ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରୁଛନ୍ତି। ଏବିଷୟରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ସରପଞ୍ଚଙ୍କ ନିକଟକୁ ଆମେ ଗଲେ ମେଣ୍ଡପୁର ସରପଞ୍ଚ ବିଗିଡିବା ସହ ଗାଳି ମଧ୍ୟ ଦେଉଛନ୍ତି। ଆମ ପ୍ରତିନିଧି ନ୍ୟୁଜ୍ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ସେହି ଗ୍ରାମର କିଛି ଲୋକ ମାନେ ହାରାମଣି ମେମୋରିଆଲ ଟ୍ରଷ୍ଟର ଚେୟାର ମ୍ୟାନ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଅଟକାଇ ଅସହାୟ ଗରିବ ବୃଦ୍ଧା ବିଧବା ରାଣୀ ମଳିକଙ୍କ ଘର ନିକଟକୁ ଆଣି ବୁଲାଇ ଦେଖାଇଥିଲେ। କୃଷ୍ଣ ଚନ୍ଦ୍ର ପଣ୍ଡା ସମସ୍ତ କଥାସୁଣି ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀ ମାନେ ପାଉନଥିବା ନେଇ ବହୁତ ଦୁଃଖ ପ୍ରକାଶ କରିବାସହ ସରକାର ଓ ପଦାଧିକାରୀ ଅଫିସର ମାନଙ୍କୁ ସମାଲୋଚନା କରିବା ସହ ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ ସରକାରଙ୍କ ଯେତେ ଗୁଡ଼ିଏ ଯୋଜନା ଅଛି ପ୍ରକୃତ ହିତାଧିକାରୀ ମାନଙ୍କୁ ଦିଆଯିବା ଉଚିତ୍। ସେଠାକାର ସ୍ଥାନୀୟ ଲୋକମାନେ ସମାନ ଅଭିଯୋଗ କରିଥିଲେ। ଏଠି ପ୍ରଶ୍ନ ଉଠୁଛି ଯେ ମେଣ୍ଡପୁର ପଞ୍ଚାୟତ ର ସରକାରଙ୍କ ସମସ୍ତ ଯୋଜନା ମାନ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀ ମାନଙ୍କୁ ଦିଆଯିବା ଉଚିତ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More