ବିରିଡି(ସଂଘର୍ଷ ମିଡିଆ ) : ଆଗ ପଛ ହୋଇ ଚାଲିଗଲେ ବାପା-ମା’ ଅସହାୟ ଦୁଇ ନିଷ୍ପାପ ପିଲାଙ୍କୁ କିଏ ଦେବ ସାହାରା,ବାପା ମା’ଙ୍କ ମୃତ୍ୟୁ ପରେ ମୁହଁରେ ଦାନାଦେବାଙ୍କୁ କେହିନାହଁ।ତେଣୁ ଏହି ଅସହାୟ ଭାଇ ଭଉଣୀ ସହାୟତା ପାଇଁ ଆଶା ବାନ୍ଧିଥିବା ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ୍ ମଙ୍ଗୁଲି ପଞ୍ଚାୟତ ସଂଖାରିସାହି ଗାଁର ରଘୁନାଥ ନାୟକଙ୍କର ୭ବର୍ଷ ପୂର୍ବେ ସଡ଼କ ଦୃଘଟଣାରେ ମୃତ୍ୟୁ ଘଟିଥିଲା। ଗତ ୧୦ତାରିଖରେ ଦୁଇ ପିଲା ,ପୁଅ ରାକେଶ ନାୟକ ବୟସ ୧୧ବର୍ଷ ଓ ଝିଅ ସସ୍ମିତା ନାୟକ ବୟସ ୭ବର୍ଷ।ଦୁଇ ପିଲାଙ୍କ ସାହାରା ଥିବା ମା’ ପ୍ରଭାତୀ ନାୟକ ମଧ୍ୟ୍ୟ ଶେଷରେ ହୁର୍ଦଘାତ ରେ ଆଖି ବୁଜିଲେ। ଏବେ ଦୁଇ ପିଲା ସଂପୂର୍ଣ୍ଣ ଏକା, ଭାଇ ଭଉଣୀ ଦୁଇଟା ଖାଇବେ କଣ, ବଞ୍ଚିବେ କେମିତି, ରହିବେ କେମିତି ଛୋଟ ପିଲାଦୁଇଟା,ପାଠ ପଢିବାକୁ ଇଚ୍ଛା ଅଛି, ହେଲେ ପାଠ ପଢେଇବ କିଏ, ସ୍କୁଲ ଯିବେ କେମିତି, ପୁଅ ରାକେଶ ପଞ୍ଚମ ଶେଣୀରେ ପଢେ,ଝିଅ ସସ୍ମିତା ତୃତୀୟ ଶ୍ରେଣୀରେ ପଢେ,ସେମାନଙ୍କ ପାଠ ପଢାରେ ସତେ ଯେମିତି ଡୋରି ବନ୍ଧା ହୋଇଯାଇଛି।ଗାଁର ପିଇସା କାକ୍ନୁ ଚରଣ ବେହେରା ଦୁଇ ପିଲାକୁ ପାଖରେ ନେଇ ରଖିଛନ୍ତି।ହେଲେ ତାଙ୍କ ପାଖରେ ସମ୍ବଳ ନାହିଁ,ଗଣ୍ଡେ ଖାଇବାକୁ ଭଲକି ଦେଇ ପାରିବେ ,ଏମାନଙ୍କ ଭବିଷ୍ୟତ ଚିନ୍ତା କେମିତି ଚିନ୍ତା କରିପାରିବେ ସେ।ଆମ ବିରିଡି ପ୍ରତିନିଧି ରାଖଲ ମଲ୍ଲିକ୍ ପିଲାଙ୍କ ବିଷରେ ଜାଣିବା ପରେ ବିରିଡି ବିଡ଼ିଓ ଓ ବ୍ଳକ ଅଧ୍ୟକ୍ଷା ଙ୍କୁ ଭେଟିଥିଲେ।ପିଲାଙ୍କ ବିଷୟରେ ଜାଣିବା ପରେ,ବିଡ଼ିଓ ଏହାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି।ଯାହା ସରକାରୀ ସ୍ତରରେ ହୋଇପାରିବ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଆପଣଙ୍କ ଭିତରୁ କୌଣସି ସହୃଦୟ ବ୍ୟକ୍ତି କିମ୍ଵା ଅନୁଷ୍ଠାନ ଚାହାନ୍ତି ସହାୟତାର ହାତ ବଢ଼ାଇବାକୁ ଚାହୁଁଛନ୍ତି ତାହାଲେ ଠିକଣାରେ ଯୋଗାଯୋଗ କରନ୍ତୁ।ମୋବାଇଲ-9937669077, ODISHA-GRAMYA-BANK – ବ୍ୟାଙ୍କ ଠିକଣା, ନାମ -RAKESH NAYAK,, AC-NO-408234006003844, IFSC-CODE-IOBAOROGB01, BALIAHATA-BRANCH,ANAKHIA- AGATASINGHPUR ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।