ଅସହାୟକୁ ସହାୟତାର ହାତବଢେଇଲା ଆଶିର୍ବାଦ ସେବା ସଙ୍ଗଠନ

18

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଆଶିର୍ବାଦ ସେବା ସଂଗଠନ ପକ୍ଷରୁ ଜିଲ୍ଲା ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୁଚନା ଅନୁଯାୟୀ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୂନଙ୍ଗ ପଞ୍ଚାୟତର ପଳଦା ଗ୍ରାମର କୈଳାସ ଚନ୍ଦ୍ର ପଣ୍ଡା ତାଙ୍କ ବୟସ ୬୮ ହେଲେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ତାହା ସହିତ ବିପିଏଲ୍ କାର୍ଡ ତାଙ୍କର ଥିଲାବେଳେ ବର୍ତ୍ତମାନ ରାସନ୍ କାର୍ଡ ନାହିଁ । ତାଙ୍କର ସବୁଠାରୁ ଦୁଃଖର ବିଷୟ ତାଙ୍କ ପତ୍ନୀ ତିନି ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି । କୈଳାସ ବୟସାଧିକ ହୋଇଯିବାରୁ ଆଉ ସିଏ ରୋଜଗାର କରିପାରୁନାହାନ୍ତି । ଏଣେ ପୁଣି ତାଙ୍କ ଉପରେ ଭାରିହୋଇ ପଡିଛନ୍ତି ତାଙ୍କର ରୋଗରେ ପଡ଼ିଥିବା ପତ୍ନୀ ବିଞ୍ଛଣାରେ ଅଚଳ ହୋଇ ପଡ଼ିରହିଛି । କୈଳାଶ ଙ୍କ ଏହି ଦୁଃଖଦ ସମୟରେ ଖବର ପାଇ ଆଶିର୍ବାଦ ସେବା ସଂଗଠନ ସାହାଯ୍ୟ ସହଯୋଗ କରିବା ପାଇଁ ତାଙ୍କ ଘରକୁ ଆସି ପ୍ରତିଶୃତି ଦେଇଥିଲା । ଆଜି ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଙ୍କ ନେତୃତ୍ବରେ ଆଜି ଏକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ସଂଗଠନର କାର୍ଯ୍ୟକାରୀ ସଭାପତି ବୈଶାଳୀ ବେହେରା, ସମ୍ପାଦିକା ସ୍ବର୍ଣ୍ଣ ଲିପି ଦାସ ଉପ ସଭାପତି କୁନିଲତା ଦାସ,ସହସମ୍ପାଦିକା ପୁଷ୍ପଲତା ମହାନ୍ତି ପ୍ରଦିପ କୁମାର ଦାସ, ଦୈତାରି ଭୋଇ, ଚନ୍ଦନ ବେହେରା, ବିଜେଦ୍ର ଦାସ ଦୈତାରି ଭୋଇ, ସରୋଜ ଦାସ କୈଳାସ ଙ୍କୁ ସରକାରୀ ସହାୟତା ଦେବା ପାଇଁ ଦାବି କରିଛନ୍ତି ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More