କଟକ(ସଂଘର୍ଷ ମିଡିଆ) : ପ୍ରାୟ ୨କିମି ରାସ୍ତାରେ ବର୍ଷା ପାଣି ଲହଡି ମାରୁଛି।ଏଭଳି ଦୃଶ୍ୟଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର କୁଅଁପାଳ ରାସ୍ତାର ଚନ୍ଦ୍ରାଦେଇପୁର ଆର ଆଣ୍ଡ ବି ରାସ୍ତାରେ । ଏହି ସମସ୍ୟା ଦୀର୍ଘଦିନଧରି ହେଉଥିବା ନେଇ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। ଗତବର୍ଷ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଥିବାନେଇ ଆର ଆଣ୍ଡ ବି ବିଭାଗକୁ ଅବଗତ କରାଇଥିଲେ। ହେଲେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ରାସ୍ତାରେ ଆଣ୍ଠୁଏ ପାଣି ଲହଡି ମାରୁଥିବା ସାଲେପୁର ସାପ୍ତାହିକ ହାଟ ରେ ପାଣି ଲହଡି ମାରୁଛି , ସାଲେପୁର ର ଖେଳ ପଡିଆ, ଶିଶ ଉଦ୍ୟାନ, ମଧୁ ଭବନ ନିକରେ ଆଣ୍ଠୁଏ ଲେଖାଏଁ ପାଣି। ପଥଚାରି ଆଉ ଗାଡିମଟର ଚାଳକ ମଧ୍ୟ ଯାତାୟାତ କରିବାରେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ସାଲେପୁର ମୁଖ୍ୟ ସମସ୍ୟା ହେଲା ଡ୍ରେନେଜ।ଡ୍ରେନେଜ କୁ ଜବରଦଖଲ ଫଳରେ ଏଭଳି ସମସ୍ୟା ଦେଖାଦେଇଛି। ତୁରନ୍ତ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଅଂଚଲର ଲୋକେ ଦାବି କରିଛନ୍ତି।