ଗଜପତି(ସଂଘର୍ଷ ମିଡିଆ ) :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୋୖର ପରିଷଦର ସ୍ୱଚ୍ଛତା ଅଭିଯାନକୁ ଅସରାଏ ବର୍ଷା ପଦାରେ ପକାଇ ଦେଇଛି।ଚିତ୍ରଟିକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହେଉଛି ଯେ ପୋୖର ପ୍ରଶାସନ କିଭଳି କାର୍ଯ୍ୟ କରୁଛି। ବାତ୍ୟା ଅସାନି ପ୍ରଭାବରେ 10 ମିନିଟ ମାତ୍ର ବର୍ଷା ହୋଇଥିଲା।ଏହି ବର୍ଷା ସାମାନ୍ୟ ଭାବେ ହୋଇ ଥିବା ବେଳେ ପୋୖର କାର୍ଯ୍ୟାଳୟ ପଛ ପଟେ ତଥା ମୁଖ୍ୟ ରାସ୍ତାରେ କୁଢ଼ କୁଢ଼ ଆଳିଆ ଆବର୍ଜନା ଭାସି ପ୍ରାୟ 30 ମିନିଟ ଯାଏ ଯାତାୟାତରେ ସମସ୍ୟା ଦେଖାଦେଇ ଥିଲା।ପରିବେଶଟି କଦର୍ମ।କ୍ତ ହୋଇ ପଡିଥିବା ବେଳେ ପୁତ୍ତିମୟ ଗନ୍ଧରେ ନାକ ଫାଟି ପଡୁଥିଲା। ବର୍ଷା ଛାଡି ଗଲେ ମଧ୍ୟ ଅଳିଆ ଆବର୍ଜନା ମୁଖ୍ୟ ରାସ୍ତା ଉପରେ ପଡି ରହିଥିବାରୁ ଯାତାୟାତରେ ସମସ୍ୟା ଦେଖା ଦେଉଛି।ପୋୖର କାର୍ଯ୍ୟାଳୟ ଏଠାରୁ ମାତ୍ର 100 ମିଟରରୁ କମ ଦୂରତାରେ ରହିଛି।ଏପରି ଦୃଶ୍ୟକୁ ଦେଖି ପୋୖର ପ୍ରଶାସନ କିଭଳି କାର୍ଯ୍ୟ କରୁଛି ତାହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି।ଏପରି ଗୋଟିଏ ସ୍ଥାନ ନୁହେଁ ସହରର ବହୁ ସ୍ଥାନରେ ନାଳ ନଦ୍ଦମା ବ୍ୟବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିବାରୁ ଅସରାଏ ବର୍ଷା ହେଲେ ମଧ୍ୟ ଅଳିଆ ଆବର୍ଜନା ପାଣି ରାସ୍ତାରେ ଭାସୁଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି। ଅନ୍ୟ ପକ୍ଷରେ ନୂତନ ଭାବେ ପୋୖର ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରଥମ କାଉନସିଲ ବୈଠକରେ ସହରର ନାଳ ନର୍ଦମା ଓ ସ୍ୱଚ୍ଛତାକୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନଥିବାର ସାଧାରଣରେ ଆଲୋଚନା ହେଉଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।