‘ଅସଭ୍ୟ ନଗର ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

18

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ):- ଅନୁବାଦିକା ତଥା ଅଧ୍ୟାପିକା ନୀହାରିକା ମଲ୍ଲିକଙ୍କ ଓଡ଼ିଆ ଅନୁସୃଜନ ‘ଅସଭ୍ୟ ନଗର ଓ ଅନ୍ୟାନ୍ୟ ଗଳ୍ପ’ ସ୍ଥାନୀୟ ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ହିନ୍ଦୀ ସାହିତ୍ୟ ର ବିଶିଷ୍ଟ କଥାକାର ରାମେଶ୍ବର କାମ୍ବୋଜ ‘ ହିମାଂଶୁ ‘ ଙ୍କ ମୂଳ ରଚିତ ଏହି ପୁସ୍ତକ ମଧ୍ୟରେ ଅଣଚାଶ ଗୋଟି ଗଳ୍ପ ରହିଛି । ଚେତନା ସ୍ତରରେ ଏଇ ଅଣୁ ଗପ ଗୁଡ଼ିକ ଗୋଟାଏ ଗୋଟାଏ ବିଜୁଳି ସଦୃଶ୍ୟ ଚମତ୍କାରିତା ବହନ କରେ । ଅନୁବାଦିକା ଙ୍କ ଏଇ ପଞ୍ଚମ ସୃଷ୍ଟି ଓଡ଼ିଆ ସାହିତ୍ୟ ଜଗତ ରେ ଯେତିକି ପ୍ରବେଶ କରିବାର ଦାବୀ ରଖେ ତା’ ଠୁ ଅଧିକ ଓଡ଼ିଆ ପାଠକ ର ମନ ହୃଦୟ କୁ ଜିଣିବାର ଆସ୍ପର୍ଦ୍ଧା ରଖେ । ଏହି ସାରସ୍ବତ ଉନ୍ମୋଚନ ପର୍ବ ରେ ଯୁବ ପ୍ରାବନ୍ଧିକ ତଥା ଡି. ଏସ. ପି. ଚନ୍ଦ୍ର ଶେଖର ହୋତା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗାଳ୍ପିକ ଅଶୋକ ପଟ୍ଟନାୟକ ଏବଂ କବି, ଗବେଷକ ବୁଲୁ ହୋତା ଯୋଗଦେଇ ଅନୁବାଦିକା ମଲ୍ଲିକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ଅଧ୍ୟାପିକା ମଲ୍ଲିକଙ୍କ ଭବିଷ୍ୟତ ପାଇଁ ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ ଏବଂ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସାହିତ୍ୟ ସହ ଜଡିତ ରହିବାକୁ ପରାମର୍ଶ ଦେଇଥିଲେ । ଶେଷ ରେ ଶ୍ରୀମତି ମଲ୍ଲିକ ନିଜ ଲେଖକିୟ ବାର୍ତ୍ତା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More